ଶଟ୍‌ଡାଉନ ଶେଷ ହେବା ପରେ ବଜାରରେ ଜନଗହଳି

ସମ୍ବଲପୁର,୧୯ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୫ଟାରେ ଶଟ୍‌ଡାଉନ ଅବଧି ଶେଷ ହେବା ପରେ ସମ୍ବଲପୁର ସହରର ଲୋକମାନେ ବାହାରକୁ ଚାଲି ଆସିଥିଲେ। ଦୋକାନ ବଜାରରେ ଭିଡ ଲାଗି ରହିଥିବା ବେଳେ ରାସ୍ତା ଜନଗହଳି ହୋଇଯାଇଥିଲା। ଫଳରେ ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ଅନେକଙ୍କ ମୁହଁରେ ମାସ୍କ ନ ଥିବା ଦେଖିବାକୁ ମିଳିଥିଲା। ଦୋକାନ ବଜାରରେ ସମାଜିକ ଦୂରତା ପାଳନ କରାଯାଉ ନ ଥିଲା। ୨ ଦିନ ସାମାଜିକ ଦୂରତା ଓ ଭିଡ କମାଇ କରୋନା ଚେନ୍‌ ଭାଙ୍ଗିବାକୁ କରାଯାଇଥିବା ଯୋଜନା ସକାଳ ପରିସ୍ଥିତି ଦେଖିଲେ ଏହା ଫେଲ୍‌ ମାରିଥିବା ସ୍ପଷ୍ଟ ହୋଇଥିଲା। ସେହିପରି ସନ୍ଧ୍ୟା ୬ଟାରେ ନାଉଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା। ସନ୍ଧ୍ୟାରେ ମଧ୍ୟ ଲୋକେ ବୁଲାବୁଲି କରିବା ସହ ଦୋକାନ ଖୋଲାଯାଇଥିବା ଦେଖିବାକୁ ମିଲିଥିଲା।

Share