Categories: ଫୁରସତ

ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମ ବିବାହ କରିବେ କି ନା

କୁହାଯାଏ, ବିବାହ ଉପରବାଲା ସ୍ଥିର କରିଥାନ୍ତି। ବିବାହ ହେଉଛି ଜୀବନର ଏକ ବଡ଼ ନିଷ୍ପତ୍ତି। ତେବେ ଏହା କେତେ ସଫଳ ଆଉ ବିଫଳ ହେବ ତାହା ଆପଣଙ୍କ ଜନ୍ମ ରାଶି, ମାସ, ବାର ଏବଂ ତାରିଖରୁ ଜଣାପଡ଼ିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ଗଣନାକାରୀଙ୍କ ଅନୁଯାୟୀ, ଯେଉଁମାନଙ୍କର ଜନ୍ମ ଯେ କୌଣସି ମାସର ୮,୧୭ ଓ ୨୬ ତାରିଖରେ ହୋଇଥାଏ ସେମାନେ ପ୍ରେମ ବିବାହ ହିଁ କରିଥା’ନ୍ତି। ତାଙ୍କ ନିଷ୍ପତ୍ତିକୁ ସମସ୍ତେ ସମ୍ମତି ଜଣାଇଥାନ୍ତି। ଏପରି ଯୋଡ଼ିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ଯେଉଁମାନଙ୍କର ଜନ୍ମ ୩,୧୨,୨୧ ଏବଂ ୩୦ ତାରିଖରେ ହୋଇଥାଏ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରେମ ବିବାହ କରିଥା’ନ୍ତି।

ଯେଉଁମାନଙ୍କର ଜନ୍ମ ୫, ୧୪ ଏବଂ ୨୩ରେ ହୋଇଥାଏ ସେମାନେ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାଆନ୍ତି।

ଯେଉଁମାନଙ୍କର ଜନ୍ମ ୬, ୧୫ ଓ ୨୪ ତାରିଖରେ ହୋଇଥାଏ ସେମାନେ ପ୍ରେମ ବିବାହରେ ସଫଳତା ପାଇଥା’ନ୍ତି।

ଯେଉଁମାନଙ୍କର ଜନ୍ମ ୭,୧୭ ଓ ୨୫ ତାରିଖରେ ହୋଇଥାଏ ସେମାନଙ୍କର ପ୍ରସ୍ତାବିତ ବିବାହ ହୋଇଥାଏ।

ଯେଉଁମାନଙ୍କର ଜନ୍ମ ୧,୧୦,୧୯,୨୮ ରେ ହୋଇଥାଏ, ସେମାନେ ଘରେ ମୁହଁ ଖୋଲି କହି ପାରନ୍ତି ନାହିଁ, ତେଣୁ ଏମାନଙ୍କର ପ୍ରେମ ବିବାହ ଆଶଙ୍କା ଖୁବ୍‌ କମ୍‌ ଥାଏ।

Share