ବିବାହ ସରିଥିଲା, ଭୋଜି ପୂର୍ବରୁ ଚାଲିଗଲା ବରଙ୍କ ଜୀବନ

ବାଲେଶ୍ୱର ଅଫିସ,୩ା୩: ବିବାହ ସରିଥିଲା। ଭୋଜି ପାଇଁ ଘରେ ବନ୍ଧୁବାନ୍ଧବ ଆସି ପହଞ୍ଚିଥିଲେ। ମାତ୍ର ତା’ ପୂର୍ବରୁ ଘଟିଛି ଅଘଟଣ। ବିବାହ ଭୋଜି ଦିନ ହିଁ ପୋଖରୀରେ ବୁଡ଼ି ବରଙ୍କ ଜୀବନ ଯାଇଛି। ଖନ୍ତାପଡ଼ା ଥାନା ଖଡୁପାହି ଗାଁର ଯୁବକ ଅଜୟ କୁମାର ଭଞ୍ଜଙ୍କର ଗତ ୧ ତାରିଖର ବାହାଘର ହୋଇଥିଲା। ଶୁକ୍ରବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଭୋଜି ଥିଲା କିନ୍ତୁ ଭୋଜି ପୂର୍ବରୁ ଅଜୟ ପୋଖରୀକୁ ଶୌଚ ପାଇଁ ଯାଇ ବୁଡ଼ିଗଲେ।