Categories: ଜାତୀୟ

ଶହୀଦଙ୍କ କୁନି ଝିଅର ବୁକୁଫଟା କାନ୍ଦ, ବାପା କେବେ ଆସିବେ

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର କସଗଞ୍ଜ ଜିଲାର ଏକ ମଦ ମାଫିଆ ଆକ୍ରମଣରେ ନିହତ ହୋଇଛନ୍ତି ସୈନିକ ଦେବେନ୍ଦ୍ର ସିଂ। ସେ ଆଗ୍ରାର ନାଗଲା ବିନ୍ଦୁ ଗାଁର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଶହୀଦଙ୍କ ପିତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ରାତିରେ କସଗଞ୍ଜ ଅଭିମୁଖେ ବାହାରିଛନ୍ତି। ପରିବାରରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଏବଂ ଭଉଣୀଙ୍କ କାନ୍ଦି କାନ୍ଦି ସ୍ବାସ୍ଥ୍ୟବସ୍ଥା ଖରାପ ହୋଇପଡିଛି। ଦେବେନ୍ଦ୍ରଙ୍କର ଦୁଇଟି ଝିଅ ଅଛନ୍ତି। ସେଥିମଧ୍ୟରୁ ବଡ ଝିଅକୁ ତିନି ବର୍ଷ ବୟସ। ମା’ ଏବଂ ପିଉସୀ କାନ୍ଦୁଥିବା ଦେଖି ସେ ପଚାରିଛନ୍ତି ବାପା କେବେ ଆସିବେ। କାସଗଞ୍ଜର ସିଢିପୁରା ଅଞ୍ଚଳରେ ଥିବା ନଗଲା ଧିମର ଏବଂ ନଗଲା ଭିକାରୀ ଗ୍ରାମରେ ଅବୈଧ ମଦ ବିକ୍ରି ହେଉଥିବା ସୂଚନା ପାଇ କାସଗଞ୍ଜ ପୋଲିସ ଅଶୋକ କୁମାର ସିଂ ଏବଂ ଦେବେନ୍ଦ୍ର ସିଂ ସେଠାକୁ ଚଢାଉ କରିବାକୁ ଯାଇଥିଲେ। ମଦ ମାଫିଆଙ୍କ ପକ୍ଷରୁ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ଏଥିରେ ଦେବେନ୍ଦ୍ର ମୃତ୍ୟୁ ଘଟିଥିଲା। ଇନ୍ସପେକ୍ଟର ଅଶୋକ କୁମାର ସିଂ ଗୁରୁତର ଆହତ ହୋଇଛନ୍ତି। ସେ ଚିକିତ୍ସିତ ହେଉଛନ୍ତି।

Share