ଭୁବନେଶ୍ୱର,୮ା୩ :ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜିକି ଆରେନା’ର ବହୁ ପ୍ରତିକ୍ଷୀତ ‘ଦି ନ୍ୟୁ ଓ୍ବାଗନର’ ମଡେଲର ବଜାର ପ୍ରବେଶ ସମ୍ପର୍କରେ ନିକଟରେ ଘୋଷଣା କରାଯାଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସରକାରଙ୍କ ନୂତନ ଯାନବାହନ ନିୟମ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ସେମବାର ଏହି ନୂତନ ମଡେଲ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ନାରାୟଣୀ ମୋଟର୍ସ ପ୍ରା.ଲି ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କାନାରା ବ୍ୟାଙ୍କ ଡିଭିଜନାଲ ମ୍ୟାନେଜର କୁମାର ସଞ୍ଜିବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ବଜାର ପ୍ରବେଶ ଓ ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରାୟଣୀ ମୋର୍ଟସର ଜିଏମ୍ କୌଶିକ ଓଝା, ସେଲସ ମ୍ୟାନେଜର ବିପିନ ସେଠୀ ଓ ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପୁରୁଣା ନାରେ ନୂଆ ରଙ୍ଗ ଓ ଜ୍ଞାନକୌଶଳ ସହ ଅତ୍ୟାଧୁନିକ ସୁବିଧା ସୁଯୋଗର ସମ୍ଭାର ଉପଲବ୍ଧ ରହିଛି। ସେହିଭଳି ଏହି ମଡେଲ ଭିନ୍ନ ଭିନ୍ନ ଭାରିଆଣ୍ଟ ସହ ୬ଟି ରଙ୍ଗରେ ସୁଜ୍ଜିତ ଓ ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଓଝା ମତବ୍ୟକ୍ତ କରିଛନ୍ତି। ସେହିପରି ଏହାର ମୂଲ୍ୟ ମଧ୍ୟ ସବୁ ବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି। ଏହା ଏକ୍ସ ଶୋରୁମ ମୂଲ୍ୟ ୫.୪ରୁ ୭.୧ ଲକ୍ଷ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।