ଯାଞ୍ଚ ହେବ ମାଷ୍ଟରମାଇଣ୍ଡ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର

ବ୍ରହ୍ମପୁର,୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ପୂର୍ବରୁ ଧରାପଡ଼ିଛନ୍ତି। ଗତ ପ୍ରାୟ ଦେଢ଼ ମାସ ତଳେ ବ୍ରହ୍ମପୁର ପୋଲିସ ଗଞ୍ଜାମ ଜିଲାରେ ଅପରେଟ୍‌ କରୁଥିବା ଏକ ନକଲି ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟକୁ ଠାବ କରିଥିଲା। ଏହାର ମାଷ୍ଟରମାଇଣ୍ଡ ଥିବା ଶିକ୍ଷକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱରର ଦୈତାରୀ ବେହେରା ଓ ତାଙ୍କ ପୁଅ ଅମୃତପ୍ରସାଦଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ଗୋଷାଣି ନୂଆଗାଁ ଥାନା ପୋଲିସ ଏହି ମାମଲାର ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚେର ଖୋଜି ପାଉନି। କାହାର ଛତ୍ରଛାୟା ତଳେ ରହି ଦୈତାରୀ ଏହି ର଼୍ୟାକେଟ ଚଳାଉଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଦୈତାରୀ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ତାଙ୍କର ସମସ୍ତ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି କହିଛନ୍ତି। ଯାଞ୍ଚପରେ ତାଙ୍କ ଶିକ୍ଷା ପ୍ରମାଣପତ୍ର ଅସଲି କି ନକଲି ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪୧ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଛି। ଜିଲା ଶିକ୍ଷା ବିଭାଗ ଏହାର ତଦନ୍ତ କରୁଛି। ଯାଞ୍ଚ ପରେ ଜାଲ୍‌ ଚିହ୍ନଟ ହୋଇଥିବା ୯୬ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ୪୭ଜଣ ଚାକିରିରୁ ବିଦା ହୋଇ ସାରିଲେଣି। ଅନ୍ୟପଟେ ବାହାର ରାଜ୍ୟର ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଜିଲାରେ ବହୁ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରି କରୁଛନ୍ତି। ସେଭଳି ପ୍ରାୟ ୨ଶହ ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ମଧ୍ୟ ଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଛି। ଗତ ଏପ୍ରିଲ୍‌ ୨୪ରେ ଗୋଷାଣି ନୂଆଗାଁ ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଏକ ନକଲି ବିଇଡି ସାର୍ଟିଫିକେଟ୍‌ ପାଇଥିବା ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ତଦନ୍ତ କରି ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ ଠାବ କରିଥିଲା। ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଦୈତାରୀ ଏହି କାରବାରର ମାଷ୍ଟରମାଇଣ୍ଡ୍‌ ବୋଲି ଜଣାପଡ଼ିଥିଲା। ସେ ତାଙ୍କ ପୁଅ ସହାୟତାରେ ଅନ୍ୟ ୨ଜଣ ଢ଼େଙ୍କାନାଳର ପ୍ରଶାନ୍ତ ସାହୁ ଓ କଟକର କିଶୋର ବେହେରାଙ୍କୁ ନେଇ ନକଲି ସାର୍ଟିଫିକେଟ୍‌ ବେପାର କରୁଥିଲେ। ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ପୋଲିସ ମାଟ୍ରିକ୍‌ ଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍‌, ଧନ୍ଦାମୂଳକ ଶିକ୍ଷା, ଇଞ୍ଜିନିୟରିଂ, ହୋମିଓପାଥି ଡାକ୍ତର ସାର୍ଟିଫିକେଟ୍‌ ସହିତ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ସାର୍ଟିଫିକେଟ୍‌, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ୍‌ ଜବତ କରିଥିଲା। ଏହି କାରବାରର ଚେର ବାହାର ରାଜ୍ୟକୁ ଲମ୍ବିଥିବା ପୋଲିସ ସୁରାକ୍‌ ପାଇଥିଲା। ବ୍ରହ୍ମପୁର ପୋଲିସ ତଦନ୍ତ ପାଇଁ ବାହାର ରାଜ୍ୟକୁ ମଧ୍ୟ ଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଦନ୍ତରେ ସେଭଳି କିଛି ଅଗ୍ରଗତି ଦେଖିବାକୁ ମିଳିନାହିଁ। ଏତେବଡ଼ ରାକେଟ୍‌ କେତେଦିନ ଧରି ଚାଲିଥିଲା ଓ କେତେ ପିଲାଙ୍କୁ ନକଲି ସାର୍ଟିଫିକେଟ୍‌ ବିକ୍ରି ହୋଇଛି, ତାହା ଉପରୁ ପୋଲିସ ପରଦା ଉଠାଇ ପାରିନାହିଁ। ଜିଲାରେ ଚିହ୍ନଟ ହୋଇଥିବା ନକଲି ଶିକ୍ଷକ ଦୈତାରୀଙ୍କ ଠାରୁ ସାର୍ଟିଫିକେଟ୍‌ ଆଣିଥିବା ସନ୍ଦେହ କରାଯାଉଛି। ତେଣୁ ଦୈତାରୀଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କଲେ ପୋଲିସକୁ କିଛି ଠୋସ୍‌ ପ୍ରମାଣ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri