Categories: ବାଣିଜ୍ୟ

ପଲ୍‌ସରମାନିଆର ମାଷ୍ଟର୍ସ ଏଡିଶନ ଉଦ୍‌ଯାପିତ

ଭୁବନେଶ୍ୱର,୨୦।୧୨: ବଜାଜ ଅଟୋର ଅଗ୍ରଣୀ ମଡେଲ ପଲ୍‌ସରମାନିଆର ମାଷ୍ଟର୍ସ ଏଡିଶନ (ନ୍ୟାଶନାଲ ଫିନାଲେ) ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ମୁମ୍ବାଇଠାରେ ଶେଷ ହୋଇଥିବା ‘ପଲ୍‌ସରମାନିଆର ମାଷ୍ଟର୍ସ ଏଡିଶନରେ ଉପସ୍ଥିତ ଲୋକଙ୍କ ପାଇଁ ଏହା ଏକ ଆଡ୍ରେନାଲିନ୍‌-ଫୁଏଲଡ ଏକ୍ସପିରିଏନ୍ସ ପ୍ରଦାନ କରିଥିଲା। ବିଶେଷକରି ପଲସରମାନିଆ ମାଷ୍ଟର ସଂସ୍କରଣ ଦେଶର ପ୍ରମୁଖ ୧୦୦ ସହରରେ ଆୟୋଜନ କରାଯାଇଥିଲା। ଉକ୍ତ ସଂସ୍କରଣରେ ୨୫ ହଜାରରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ୧ଲକ୍ଷରୁ ଅଧିକ ଦର୍ଶକ ମଧ୍ୟ ଯୋଗଦାନ କରିଥିଲେ।
ଏ ସମ୍ପର୍କରେ ବଜାଜ ଅଟୋ ଲିମିଟେଡ୍‌ର ପ୍ରେସିଡେଣ୍ଟ (ମୋଟରସାଇକେଲ ବ୍ୟବସାୟ) ସାରଙ୍ଗ କାନାଡେ କହିଛନ୍ତି, ୨୧ବର୍ଷରୁ ଅଧିକ ସମୟ ଧରି ଆମେ ଭାରତ ବଜାରରେ ‘ପଲ୍‌ସାରମାନିଆକ୍ସ’ର ଏକ ଦୃଢ଼ ଅନୁସରଣ କରିଛୁ। ପଲ୍‌ସରମାନିଆ ମାଷ୍ଟର୍ସ ସଂସ୍କରଣ କେବଳ ପ୍ରତିଯୋଗିତା ନୁହେଁ, ଏହା ପଲ୍‌ସର ଆତ୍ମାର ଏକ ସମଗ୍ର ଉତ୍ସବ ହୋଇଯାଇଛି। ଏପରିକି ପଲ୍‌ସରମାନିଆ ମାଷ୍ଟର୍ସ ସଂସ୍କରଣ ହେଉଛି ୧୦୦ ରୁ ଅଧିକ ସହରରେ ପ୍ରତିଦ୍ୱନ୍ଦ୍ୱିତାକରି ଏକ ଯାତ୍ରା ଆରମ୍ଭ କରୁଥିବା ସ୍ପିରିଟେଡ୍‌ ଆରୋହୀଙ୍କ ସର୍ବୋଚ୍ଚ ସ୍ଥାନ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏହି ସଂସ୍କରଣ ମୋଟରସାଇକେଲ ଚଳାଇବା ଏବଂ ଜୀବନଶୈଳୀ ସମ୍ପ୍ରଦାୟର ଏକ ନିଆରା ମିଶ୍ରଣ ଆଣିଥିଲା। ପଲ୍‌ସରମାନିଆର ମାଷ୍ଟର୍ସ ସଂସ୍କରଣ କେବଳ ପ୍ରତିଯୋଗିତା ବିଷୟରେ ନୁହେଁ, ଏହା ଏକ ନିଆରା ଅନୁଭୂତି ଥିଲା, ଯାହା ପଲ୍‌ସର ବ୍ରାଣ୍ଡ୍‌ର ଆଭିମୁଖ୍ୟକୁ ପ୍ରଦର୍ଶନ କରିଥିଲା।

Share