୧୮ରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

କଟକ ଅଫିସ,୧୬।୫: ଆସନ୍ତା ମେ୧୮ ତାରିଖରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବୋର୍ଡ (ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ  ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।  ୧୮ ତାରିଖ ଦିନ ୧୦ଟା ସମୟରେ ଫଳାଫଳ ଘୋଷଣା କରାଯିବ। ଦିନ ୧୨ଟା ମଧ୍ୟରେ ଛାତ୍ରୀଛାତ୍ର ସେମାନଙ୍କ ରେଜଲ୍ଟ ଜାଣି ପାରିବେ।
ସେହିପରି ଟେଷ୍ଟ ଓପନ୍‌ ସ୍କୁଲ ଓ ମଧ୍ୟମା  ରେଜଲ୍ଟ ମଧ୍ୟ ୧୮ ତାରିଖରେ ପ୍ରକାଶ  ପାଇବ ।
Share