କଥା ଘୃଣା-ପ୍ରେମର

ଦୁଇଟି ଗାଁ ଏକଦା ମହାନ ପଡ଼ୋଶୀ ଥିଲେ। ଏକ ବିବାହ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଝଗଡା ହେତୁ ତିକ୍ତ ଶତ୍ରୁ ହୋଇଗଲେ। ଏହି ବିବାହ କୌଣସି ପ୍ରକାରେ ସମ୍ପୃକ୍ତ ଗାଁ ମୁଖିଆଙ୍କ ଦ୍ୱାରା ସମ୍ପନ୍ନ ହୁଏ କିନ୍ତୁ ଏହି ଦୁଇ ପଡୋଶୀ ଗାଁର ଲୋକମାନେ ନିଜ ନିଜ ମଧ୍ୟରେ ସବୁଦିନ ପାଇଁ ଶତ୍ରୁ ହୋଇଯାନ୍ତି। ଏପରି କି କେବେ ବି କାହା ରାସ୍ତା ଅତିକ୍ରମ କରିବେ ନାହିଁ ବୋଲି ଶପଥ ନିଅନ୍ତି । ହେଲେ ଉତ୍ତେଜନା ଏବଂ ଘୃଣା ମଧ୍ୟରେ ଦୁଇ ଗାଁ ଭିତରେ ସୃଷ୍ଟି ହୁଏ ପ୍ରେମ। ଏହି ପ୍ରେମ କେତେ ଦୀର୍ଘସ୍ଥାୟୀ ହେଉଛି ତାହା ସିନେମାରେ ଦେଖିବାକୁ ମିଳିବ। ବିଶିଷ୍ଟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି। ଏହାର ବିଭିନ୍ନ ଭୂମିକାରେ ସ୍ବର୍ଗତ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ
ବିନ୍ଦୁ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଏହାର କ୍ରିଏଟିଭ୍‌ ହେଡ୍‌ ଏବଂ ମିଡିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ ।

Share