ଘନଉଛି ବିବାଦ: କର୍ପୋରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟରଙ୍କ ସହ ୨୦ କର୍ପୋରେଟର

ଛତ୍ରପୁର,୩୦ା୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଉକ୍ତ ମହାନଗର ନିଗମର ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଧୀରେଶ ସାବତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ଗୁରୁବାର ମହାନଗର ନିଗମର ମେୟର, ଡେପୁଟି ମେୟରଙ୍କ ସମେତ ୨୦ ଜଣ କର୍ପୋରେଟର ଛତ୍ରପୁର ଆସି ଜିଲାପାଳଙ୍କୁ ତାଙ୍କ ବାସଭବନସ୍ଥିତ ଅଫିସରରେ ଭେଟିଥିଲେ।
ଆଇନ ଅନୁଯାୟୀ, ଉକ୍ତ ବିଶୃଙ୍ଖଳା ସୃଷ୍ଟି କରିଥିବା କର୍ପୋରେଟରଙ୍କ ବିରୋଧରେ ଶୃଙ୍ଖଳାଗତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏମାନେ ଅନୁରୋଧ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏମାନଙ୍କ କହିବାନୁଯାୟୀ, ବୁଧବାର ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ କର୍ପୋରେଶନ ବୈଠକ ଚାଲିଥିବା ବେଳେ କମିଶନର ଏବଂ ବିଇଏମ୍‌ସି ଷ୍ଟାଫ୍‌ଙ୍କୁ ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଗାଲିଗୁଲଜ ସହ ଦୁର୍ବ୍ୟବହାର କରିଥିଲେ। ଏଥିସହ ସେ ପରେ କିଛି କର୍ପୋରଟରଙ୍କୁ ଉସକାଇ ବିଇଏମ୍‌ସି କ୍ୟାମ୍ପସ୍‌ ଫାଟକରେ ତାଲା ପକାଇଦେଇଥିଲେ। ଫଳରେ ବିଇଏମ୍‌ସି କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତାଙ୍କ କାମ ହୋଇପାରି ନ ଥିଲା ବୋଲି ଏମାନେ ଉକ୍ତ ସ୍ମାରକପତ୍ରରେ ଦର୍ଶାଇଛନ୍ତ।

ସୂଚନାଯୋଗ୍ୟ, ବୁଧବାର ୨୬ ନମ୍ବର ଓ୍ବାର୍ଡ କର୍ପୋରେଟର ଗାଳିଗୁଳଜ ଓ ଖରାପ ବ୍ୟବହାର କରିଥିବା ଅଭିଯୋଗ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲାପାଳ ଓ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମ୍ୟୁନିସିପାଲ ନିର୍ଦ୍ଦେଶକଙ୍କୂ କମିଶନର ଚିଠି ଲେଖିଥିଲେ। ଜିଲାପାଳଙ୍କୁ ଭେଟି ବିଇଏମ୍‌ସି ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ.ବିକେକ ରେଡ୍ଡୀଙ୍କ ସମେତ ୨୦ ଜଣ କର୍ପୋରେଟର ସ୍ମାରକପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭ ପାଇଁ ଓଡ଼ିଶାର ୨୫ ସହରକୁ ସଂଯୋଗ କରୁଛି ୬୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୧ା୨ (ଅନୁରାଧା ମହାରଣା) :  ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ପୂର୍ବତଟ ରେଳପଥ...

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଅଚ୍ୟୁତଙ୍କୁ ଅଢ଼େଇ ଘଣ୍ଟା ଜେରା

ଭୁବନେଶ୍ୱର,୨୧ା୨(ସୁଚିସ୍ମିତା ସାହୁ): କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ ମୃତ୍ୟୁ, ଆନ୍ଦୋଳନରତ ନେପାଳୀ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ ସହ ବଳପୂର୍ବକ ବସ୍‌ରେ ନେଇ କଟକ ରେଳଷ୍ଟେଶନରେ...

ଆନ୍ଧ୍ରରେ ଫସି ରହିଛନ୍ତି ତିନି ଓଡ଼ିଆ ମହିଳା ! ଉଦ୍ଧାର କରିବାକୁ ପରିବାର ବର୍ଗଙ୍କ ନେହୁରା

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଲେଡିଜ ହୋଷ୍ଟେଲରେ ୩ ଜଣ ଓଡ଼ିଆ ମହିଳା...

ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପଟାଙ୍ଗୀ ଥାନାର ମାଳିମାର୍ଲା ଓ ବଡ ମାର୍ଲା ଆଦି ୨ ଟି ଗ୍ରାମରେ ବାଲ୍ୟ ବିବାହ ବନ୍ଦ

କୋରାପୁଟ,୨୧।୨(ଅମିତାଭ ବେହେରା ): ଶୁକ୍ରବାର କୋରାପୁଟ ଜିଲାପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସେମିଳିଗୁଡା ବ୍ଲକର ଖୁଡି ପଞ୍ଚାୟତର ଦୁଇଟି ସ୍ଥାନରେ ଆଜି ଜିଲା ପ୍ରଶାସନର...

ପ୍ରୟାଗରାଜକୁ ଗଲା ଖାଲି ବସ, ଆଶାୟୀ ଅସନ୍ତୋଷ

କେନ୍ଦୁଝର,୨୧।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ପ୍ରୟାଗରାଜକୁ ସତନ୍ତ୍ର ବସ ଚଳାଚଳ କରୁଛି। ପ୍ରୟାଗ ରାଜ ସାଙ୍ଗକୁ ଅଯୋଧ୍ୟା ଦର୍ଶନ ପାଇଁ ପ୍ୟାକେଜ ଟୁର୍‌ରେ ଯାତ୍ରୀମାନେ...

ମଦକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଣ୍ଡିଆରୁ ତିଆରି ହେବ Wine

ଭୁବନେଶ୍ୱର,୨୧।୨: ମାଣ୍ଡିଆରୁ ଆଗକୁ ମଦ ପ୍ରସ୍ତୁତ ହେବ। ଏଥିଲାଗି ଯେଉଁ କମ୍ପାନୀଗୁଡ଼ିକ ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ସରକାର ସବ୍‌ସିଡି ଯୋଗାଇଦେବେ।...

ଅଜଣା ଗାଡ଼ି ନେଲା ପରିବା ବିକାଳୀଙ୍କ ଜୀବନ

ବରଗଡ଼,୨୧।(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ହୋଇଛି। ମୃତକ...

ମୋହନ ମାଝୀଙ୍କୁ କଟାକ୍ଷ କଲେ Naveen Patnaik, କହିଲେ ପାଠ ଘର ଶୂନ…

ଭୁବନେଶ୍ୱର,୨୧।୨: ରାଜ୍ୟ ବଜେଟ ନେଇ ୫ଦିନ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସିଧାସଳଖ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image