ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ସମ୍ବଲପୁର ଅଫିସ୍‌,୧୪।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ କରିଦେଇଛନ୍ତି। ସେହିପରି ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଶନିବାରରୁ ହେବାକୁ ଥିବା ଏହି ପରୀକ୍ଷାକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। ତେବେ ସମ୍ବଲପୁର ବୁର୍ଲା ଭିମ୍‌ସାରରେ ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଭିମ୍‌ସାର ଡିନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share