Categories: ଜାତୀୟ

କରୋନାରୁ ଶିଶୁଙ୍କୁ ସୁରକ୍ଷା ଦେବ ମିଳିମିଳା ଟିକା

ନୂଆଦିଲ୍ଲୀ, ୨୩।୬: କରୋନା ସଂକ୍ରମଣର ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବା ନେଇ ଚିନ୍ତା ପ୍ରକଟ କରାଯାଉଛି। ହେଲେ ମିଳିମିଳା ଟିକା ଏଥିରୁ ସୁରକ୍ଷା ଦେଇପାରିବ ବୋଲି ଭାରତୀୟ ଗବେଷକମାନେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଅଧ୍ୟୟନରୁ ମିଳିମିଳା ଟିକା ନେଇଥିବା ଶିଶୁଙ୍କଠାରେ କୋଭିଡ୍‌ ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଯାଇଛି। ପୁଣେର ବି.ଜେ. ମେଡିକାଲ କଲେଜ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ସାର୍ସ-ସିଓଭି-୨ ଭୂତାଣୁ ବିରୋଧରେ ମିଳିମିଳା ଟିକା ୮୭.୫ ପ୍ରତିଶତ ଫଳପ୍ରଦ। ହ୍ୟୁମ୍ୟାନ ଭାକ୍ସିନ୍ସ ଆଣ୍ଡ ଇମ୍ୟୁନୋଥେରାପ୍ୟୁଟିକ୍ସ ପତ୍ରିକାରେ ଏହା ପ୍ରକାଶ ପାଇଛି। ପିଲାଙ୍କୁ କରୋନା ବିରୋଧରେ ଏହି ଟିକା ଦୀର୍ଘମିଆଦୀ ସୁରକ୍ଷା ଦେଇପାରିବ। ଏହା ଉପରେ ଗବେଷକମାନେ ଅଧିକ ପରୀକ୍ଷା ଚଳାଇଛନ୍ତି। ମିଳିମିଳା ଟିକା ଭଲ ଫଳାଫଳ ଦେଉଥିବା ଶିଶୁରୋଗ ବିଶେଷଜ୍ଞ ଡ. ନିଲେଶ ଗୁଜର କହିଛନ୍ତି।

Share