ବବିଙ୍କ ନାଁରେ ମିଛ ଖବର ପ୍ରସାରଣ କରି ଅଡୁଆରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ, ଜାଣନ୍ତୁ କ’ଣ ରହିଛି …

ଭୁବନେଶ୍ୱର,୬।୭: ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ ଓ ଭିତ୍ତିହୀନ ଖବର ପରିବେଷଣ କରିବାରୁ ଏକ ଟିଭି ଚ୍ୟାନେଲ୍‌କୁ ନୋଟିସ୍‌ ଜାରି ହୋଇଛି। ବିଜେଡିରେ ଦୀର୍ଘ ବର୍ଷ ଧରି କାମ କରୁଥିବା  ବବିଙ୍କ ନାମରେ  ପୂର୍ବରୁ କୌଣସି ଅଭିଯୋଗ ନଥିଲା ବେଳେ ଉକ୍ତ ଗଣମାଧ୍ୟମ  ଉଦ୍ଦେଶ୍ୟମୂଳକ ଭାବେ ପ୍ରଣବଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଲଗାତର ମିଛ ଖବର ପରିବେଷଣ କରୁଥିବା ତାଙ୍କ ଓକିଲ ତରଣୀକାନ୍ତ ମିଶ୍ର ନୋଟିସରେ ଦର୍ଶାଇଛନ୍ତି ।
ପ୍ରଣବଙ୍କ ସରକାରୀ କ୍ୱାର୍ଟର୍ସ ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ କରିବା ସହ ଏହାକୁ ସାରଥୀ ଆଶ୍ରମ ସହ ଉକ୍ତ ଗଣମାଧ୍ୟମ ତୁଳନା କରିଥିଲା । ଏଥିସହ ସରକାରୀ କ୍ବାର୍ଟର୍ସରେ ଖଟିଆ ସେବା ହେଉଥିବା ଭଳି ମିଛ ଖବର ପରିବେଷିତ ହୋଇଥିଲା। ଏପରିକି କ୍ୱାର୍ଟର୍ସକୁ ରଙ୍ଗଶାଳା ଓ ମଧୁଶାଳା ଭାବେ ଚିତ୍ରିତ କରି ସାଧାରଣରେ ପ୍ରଣବଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଇଥିବା ନୋଟିସରେ କୁହାଯାଇଛି। ତେବେ ପରିବେଷିତ ଖବରକୁ ମିଛ ବୋଲି ସ୍ବୀକାର କରିବାକୁ ନୋଟିସରେ ଦର୍ଶାଯାଇଛି । ସମ୍ପୃକ୍ତ ଗଣମାଧ୍ୟମ କର୍ତ୍ତୃପକ୍ଷ ପ୍ରଣବଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଖବର ପରିବେଷଣରୁ ନିବୃତ୍ତ ରହିବାକୁ କୁହାଯାଇଛି । ନୋଟିସର ୧୫ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଚ୍ୟାନେଲ ବିରୋଧରେ ପ୍ରଣବ ପ୍ରକାଶ ମାନହାନୀ ମକଦ୍ଦମା କରିବାକୁ ବାଧ୍ୟ ହେବେ ବୋଲି ନୋଟିସରେ ଦର୍ଶାଯାଇଛି । ନିଦ୍ଦିର୍ଦ୍ଦିଷ: