ଗଣମାଧ୍ୟମର ହାତ ରକ୍ତରଞ୍ଜିତ: ହାଇକୋର୍ଟରେ ହ୍ୟାରି

ଲଣ୍ଡନ୍‌,୭ା୬: ବ୍ରିଟେନ୍‌ କିଙ୍ଗ୍‌ ଚାଲର୍‌ସ ୩ୟଙ୍କ ସାନପୁଅ ପ୍ରିନ୍ସ ହ୍ୟାରି ମଙ୍ଗଳବାର ଏକ ଖବରକାଗଜର ବେଆଇନ କାର୍ଯ୍ୟକଳାପ ବିରୋଧରେ ଲଣ୍ଡନ ହାଇକୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ବ୍ରିଟେନ୍‌ ଗଣମାଧ୍ୟମର ହାତ ରକ୍ତରଞ୍ଜିତ ବୋଲି ଏହି ଅବସରରେ ସେ ସମାଲୋଚନା କରିଛନ୍ତି। କୋର୍ଟରେ ହାଜର ହେବାରେ ହ୍ୟାରି ହେଉଛନ୍ତି ୧୩୦ ବର୍ଷ ମଧ୍ୟରେ ବ୍ରିଟିଶ୍‌ ରାଜ ପରିବାରର ପ୍ରଥମ ସଦସ୍ୟ।
ବର୍ଷୀୟ ଡ୍ୟୁକ୍‌ ଅଫ୍‌ ସସେକ୍ସ ହ୍ୟାରି ଲଣ୍ଡନ ହାଇକୋର୍ଟର ଓ୍ବିଟ୍‌ନେସ୍‌ ବକ୍ସରେ ଛିଡ଼ାହୋଇ ଡେଲି ମିରର, ସଣ୍ଡେ ମିରର ଏବଂ ସଣ୍ଡେ ପିପୁଲର ପ୍ରକାଶକ ମିରର୍‌ ଗ୍ରୁପ୍‌ ନ୍ୟୁଜ୍‌ପେପର(ଏମ୍‌ଜିଏନ୍‌) ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଖବରକାଗଜଗୁଡ଼ିକ ତାଙ୍କ ବିରୋଧରେ ଘୃଣାଭାବ ବଢ଼ାଉଛନ୍ତି। ଏପରି କି ତାଙ୍କୁ ଠକ, ସ୍ବଳ୍ପବୟସ୍କ ମଦ୍ୟପ, ଦାୟିତ୍ୱହୀନ ଡ୍ରଗ୍ସ ସେବନକାରୀ ଭାବେ ଅଭିହିତ କରିବାକୁ ପଛାଇନାହାନ୍ତି। ଏହା ପୂର୍ବରୁ ଏଡ୍‌ଓ୍ବାର୍ଡ ୭ମ ରାଜ୍ୟଭାର ଗ୍ରହଣ କରି ନ ଥିବା ସମୟରେ ଦୁଇ ଅଦାଲତରେ ହାଜର ହୋଇଥିଲେ। ୧୮୭୦ରେ ସେ ଏକ ଛାଡ଼ପତ୍ର ମାମଲାରେ କୋର୍ଟରେ ହାଜର ହୋଇଥିଲେ। ଏହାର ୨୦ ବର୍ଷ ପରେ ସେ ତାସଖେଳରେ ମିଥ୍ୟା ଅପବାଦ ମାମଲାରେ ମଧ୍ୟ କୋର୍ଟକୁ ଯାଇଥିଲେ। ରାଜସିଂହାସନର ପଞ୍ଚମ ଦାୟାଦ ହ୍ୟାରି ବ୍ରିଟିଶ୍‌ ପ୍ରେସ୍‌, ତାଙ୍କ ଆମତ୍ଜୀବନୀ ‘ସ୍ପେୟାର’ ପ୍ରକାଶନ ଏବଂ ନେଟ୍‌ଫ୍ଲିକ୍ସ ଡକ୍ୟୁମେଣ୍ଟାରି ସିରିଜ ବିରୋଧରେ ଆଇନଗତ ବିବାଦକୁ ନେଇ ଗତ ୬ ମାସ ମଧ୍ୟରେ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ହାଇକୋର୍ଟରେ ହ୍ୟାରିଙ୍କ ହାଜିରା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।

Share