ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ):ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ଚିକିତ୍ସା ମୂଲ୍ୟାଙ୍କନ ବୋର୍ଡ (ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡ)ର ପୁନର୍ଗଠନ କରାଯାଇଛି ା ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅପିଲ୍‌ ପ୍ରାଧିକରଣଙ୍କୁ ସହାୟତା ଦେବେ ା ଭିନ୍ନକ୍ଷମ ପ୍ରମାଣପତ୍ରର ସମୀକ୍ଷା ଓ ପୁନଃ ଆକଳନ ପାଇଁ ବୋର୍ଡଗୁଡ଼ିକ କାର୍ଯ୍ୟ କରିବେ ା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ (ବାଲେଶ୍ୱର) ଅଧୀନରେ ବାଲେଶ୍ୱର ଓ ଭଦ୍ରକ ଜିଲା ରହିଥିବାବେଳେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲା ଏମ୍‌କେସିଜି ମେଡିକାଲ କଲେଜ (ବ୍ରହ୍ମପୁର) ଅଧୀନରେ ରହିବେ। ସେହିପରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲର ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ବଲାଙ୍ଗୀରସ୍ଥିତ ସନ୍ଥକବି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଅଧୀନରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ କଳାହାଣ୍ଡି ଜିଲା ରଖାଯାଇଛି ା ଅନୁରୂପ କଟକ, ଢେଙ୍କାନାଳ, ଅନୁଗୋଳ, ଜଗତ୍‌ସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ଏସ୍‌ସିବି ମେଡିକାଲ କଲେଜ (କଟକ) ଅଧୀନରେ ରହିଛନ୍ତି ା କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ଅଧୀନରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲାକୁ ରଖାଯାଇଥିବାବେଳେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍‌ପିଟାଲ ଅଧୀନ କରାଯାଇଛି ା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାକୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ଗବେଷଣା ପ୍ରତିଷ୍ଠାନର ଅନ୍ତର୍ଭୁକ୍ତ କରାଯାଇଛି ା ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା ତଥା ଅନ୍ୟାନ୍ୟ କର୍ତ୍ତୃପକ୍ଷ ଅପିଲ୍‌ ପ୍ରାଧିକରଣଙ୍କୁ ସୂଚନା ଦେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ବାବଦରେ ସମ୍ପୃକ୍ତ ମେଡିକାଲ ଆସେସ୍‌ମେଣ୍ଟ ବୋର୍ଡଗୁଡ଼ିକୁ ଆବେଦନ କରିପାରିବେ ା ପ୍ରମାଣପତ୍ରଗୁଡ଼ିକର ବିସ୍ତୃତ ତନଖି/ପୁନଃଆକଳନ ରିପୋର୍ଟ ଏବଂ ଫଳାଫଳ ସିଧାସଳଖ ନିଯୁକ୍ତିଦାତା ସଂସ୍ଥାଗୁଡ଼ିକୁ ବୋର୍ଡ ପକ୍ଷରୁ ପ୍ରଦାନ କରାଯିବ ା ଭିନ୍ନକ୍ଷମ ପ୍ରମାଣପତ୍ରରେ ଥିବା ଅନିୟମିତତା ବା ଠକାମି ଦର୍ଶାଇ ସୁବିଧା ପାଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ସକାଶେ ସମ୍ପୃକ୍ତ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଅନିୟମିତତା ବାବଦରେ ତନଖି/ପୁନଃଆକଳନ କରି ଅପିଲ୍‌ ପ୍ରାଧିକରଣଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରିପୋର୍ଟ ପ୍ରଦାନ କରିବେ ା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ,  ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ,୩୦।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା  ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ...

ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହିମାନଙ୍କୁ ମିଳିବ ଘର…

ଭବନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲା ଭବାନୀପାଟଣାରେ ଏହି ଯୋଜନାର ଶୁଭାରମ୍ଭ...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ...

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ...

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ,...

ନବୀନଙ୍କୁ ଟାର୍ଗେଟ କଲେ ମୋହନ, କହିଲେ କାଗଜ ବାଘ…

ଭୁବନେଶ୍ୱର, ୩୦ା୩(ସୁନିତ୍‌ ମିଶ୍ର): ନାରୀ ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଯଦି ଆଲୋଚନା କରିବାକୁ ଚାହାନ୍ତି ତେବେ ଆସନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ତଥ୍ୟଭିତ୍ତିକ ଆଲୋଚନା...

ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ

ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି।...

ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image