୫୬ ବୃଦ୍ଧାଶ୍ରମକୁ ଦିଆଯିବ ମେଡିକାଲ କିଟ୍‌

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟର ୫୬ଟି ବୃଦ୍ଧାଶ୍ରମକୁ ମେଡିକାଲ କିଟ୍‌ ଯୋଗାଇ ଦିଆଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ଏହି ସୂଚନା ଦେଇଛନ୍ତି। ତିନୋଟି ସରକାରୀ ଓ ୫୩ଟି ସରକାରୀ ଅନୁଦାନପ୍ରାପ୍ତ ବୃଦ୍ଧାଶ୍ରମକୁ ଏହି ସହାୟତା ପ୍ରଦାନ କରାଯିବ। ପ୍ରତି କିଟ୍‌ର ମୂଲ୍ୟ ୪, ୭୦୦ ଟଙ୍କା। ଏଥିପାଇଁ ୭ ଲକ୍ଷ ୩୧ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Share