ଗାଁରେ ପହଞ୍ଚତ୍ ଚିକିତ୍ସା କଲା ଡାକ୍ତରୀ ଟିମ୍‌

ଝରିଗାଁ,୫।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମରେ ଗତ ୧୫ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଚର୍ମରୋଗରେ ଆକ୍ରାନ୍ତ ହେବା ଖବର ପ୍ରକାଶ ପରେ ମଙ୍ଗଳବାର ଝରିଗାଁ ସ୍ବାସ୍ଥ୍ୟ ବିଭାଗର ଏମ୍‌ଏଚ୍‌ୟୁ ଟିମ୍‌ ସେଠାରେ ପହଞ୍ଚତ୍ଛନ୍ତି। ଡାକ୍ତରୀ ଟିମ୍‌ ପହଞ୍ଚତ୍ବା ପରେ ସେଠାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଚେପଟିଆମ୍ବା ଏବଂ କରମଚାନ୍ଦଗୁଡ଼ା ଗ୍ରାମର ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କୁଣ୍ଡିଆ ରୋଗରେ ଆକ୍ରାନ୍ତ ୨୪ ଓ ମୁଣ୍ଡରେ ଘାଆ ହୋଇଥିବା ୯ ଜଣ ଶିଶୁଙ୍କ ଚିକିତ୍ସା କରାଯାଇ ଔଷଧ ଦିଆଯାଇଥିବା ଏମ୍‌ଏଚ୍‌ୟୁ ଡାକ୍ତର ସନ୍ତୋଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ବର୍ଷାଦିନରେ ପାଖ ନାଳନର୍ଦ୍ଦମା ସଫା ରଖିବା ସହ ଯଦି ଗାଁରେ କେହି ଥଣ୍ଡା, କାଶ, ଜ୍ୱର ଝାଡାବାନ୍ତି ତଥା ଜଳବାହିତ ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ତୁରନ୍ତ ନିକଟସ୍ଥ ମେଡିକାଲକୁ ଯିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି।