ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବଟବୃକ୍ଷ ଏବେ ଅସୁରକ୍ଷିତ

ଯାଜପୁର,୯ା୧୦(ହର୍ଷବର୍ଦ୍ଧନ ବେହେରା):ସାମାନ୍ୟ ପବନରେ ଶତାଧିକ ବର୍ଷ ପୁରୁଣା ଗଛଗୁଡିକ ଟଳି ପଡୁଛି। ସେଥିମଧ୍ୟରୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତଥା ଜାତୀୟ ବୃକ୍ଷ ଏବଂ ଜୈବ ବିବିଧତାର ଉତ୍ସ ବଟବୃକ୍ଷ ବିଲୁପ୍ତ ହେବାକୁ ବସିଲାଣି। ବଟବୃକ୍ଷକୁ ସୁରକ୍ଷିତ ରଖୁଥିବା ତାର ଓହଳଗୁଡିକୁ ନିଜର ସ୍ବାର୍ଥ ସାଧନ ପାଇଁ କାଟି ଦିଆଯାଉଥିବାରୁ ବୃକ୍ଷର ଚାରି ପାର୍ଶ୍ୱରେ ଦୁର୍ବଳ ହୋଇ ଧରାଶାୟୀ ହେଉଥିବା ମତପ୍ରକାଶ ପାଇଛି। ଏହାସହ ବାତ୍ୟା, ବନ୍ୟା ଏବଂ କାଳବୈଶାଖୀ ଯୋଗୁ ଶତାଧିକ ବଟବୃକ୍ଷର ମୃତ୍ୟୁ ହୋଇଛି। ବେଳହୁଁ ବଞ୍ଚିଥିବା ବଟବୃକ୍ଷଗୁଡିକର ସୁରକ୍ଷା ଏବଂ ନୂତନ ଚାରା ରୋପଣ କରିବା ଦିଗରେ ଲୋକେ ସଚେତନ ନ ହେଲେ ଏହା ଯେ କେବଳ ଭବିଷ୍ୟତ ବଂଶଧର ପାଇଁ ଏକ ଛବି ହୋଇ ରହିଯିବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ମତପ୍ରକାଶ ପାଉଛି।
ଯାଜପୁର ଜିଲାର ପଡୋଶୀ ଢେଙ୍କାନାଳ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଲାଗି ରହିଥିବା ମାତ୍ରାଧିକ କଳାପଥର ଖାଦାନ ଓ ଏଥିପାଇଁ ବିସ୍ଫୋରଣ ଯୋଗୁ ସବୁଜ ବଳୟ ନଷ୍ଟ ହେବା ସହ ବନ୍ୟଜନ୍ତୁମାନଙ୍କ ଆବାସସ୍ଥଳୀ ସଙ୍କୁଚିତ ହେବାରେ ଲାଗିଛି। ଏହି କ୍ରମରେ ୪୯୮୩ ବର୍ଗ କିମି.ପରିମିତ କଟକ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜଙ୍ଗଲ ବିପଦରେ ପଡିଛି। ଏହି ଡିଭିଜନ ଅଧୀନରେ ସମୁଦାୟ ୩୬୫୨୮.୪୭୮୮ ହେକ୍ଟର ଜଙ୍ଗଲ ମଧ୍ୟରୁ ୨୪୭୪ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି। ତେବେ ଏହା କାଗଜକଲମରେ ସଂରକ୍ଷିତ ରହିଥିବାବେଳେ ଏଥିରୁ ଅଧିକାଂଶ ଜଙ୍ଗଲ ପଥର ଖାଦାନରେ ବ୍ୟବହୃତ ହେଉଛି। ଏଥିଯୋଗୁ ଶତାଧିକ ବଟବୃକ୍ଷଗୁଡିକୁ କାଟି ସଫା କରାଯାଉଥିବା ମତପ୍ରକାଶ ପାଇଛି। ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ବଟବୃକ୍ଷଗୁଡିକୁ ସୁରକ୍ଷା ଦେବା ପରିବର୍ତ୍ତେ ବେଆଇନ ଖାଦାନ ମାଲିକଙ୍କ କଥାରେ ରହୁଛନ୍ତି। ଏଥିଯୋଗୁ ସଂରକ୍ଷିତ ଏବଂ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ବିଭାଗୀୟ ଆନ୍ତରିକତା ଅଭାବ ଯୋଗୁ କଟକ ଫରେଷ୍ଟ ଡିଭିଜନ(ସମଗ୍ର ଯାଜପୁର ଜିଲା, କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା, ମାର୍ଶାଘାଇ, ଗରଡପୁର ଓ ଡେରାବିଶ ବ୍ଲକ, ଜଗତ୍‌ସିଂପୁର ଜିଲାର ଜଗତ୍‌ସିଂହପୁର, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ବ୍ଲକ) ଅଞ୍ଚଳରେ ବଟବୃକ୍ଷଗୁଡିକ ଅସୁରକ୍ଷିତ ବୋଲି କୁହାଯାଉଛି। ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ବିରୂପା, ଗେଙ୍ଗୁଟି ଆଦି ନଦୀ କୋଳରେ ରହିଛି। ନଦୀକୂଳରେ ରହିଥିବା ସହସ୍ରାଧିକ ବଟବୃକ୍ଷ ସାମାନ୍ୟ ପବନରେ ଧରାଶାୟୀ ହୋଇ ପଡୁଛି। ଅନ୍ୟପକ୍ଷେ ଗାଁ ମୁଣ୍ଡରେ ଅତୀତରେ ଥିବା ବଟବୃକ୍ଷକୁ କାଟି କଂକ୍ରିଟକରଣ କରାଯାଇ ବସଷ୍ଟାଣ୍ଡ କିମ୍ବା ରାସ୍ତା ତିଆରି କରାଯାଉଛି। ସରକାର ପିଆଶାଳ, ଶାଳ, ଶାଗୁଆନ ଆଦି ମୂଲ୍ୟବାନ ଗଛ ଉପରେ ଅଧିକ ଗୁରୁତ୍ୱ ଦେଇ ଚାରା ରୋପଣ କରୁଥିବାବେଳେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତଥା ପଥଚାରୀଙ୍କୁ ଆଶ୍ରୟ ଦେଉଥିବା ବଟବୃକ୍ଷକୁ ହେୟ ମନେ କରାଯାଉଛି।
ବଟବୃକ୍ଷକୁ ନେଇ ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି। ହିନ୍ଦୁ ଧର୍ମଶାସ୍ତ୍ରରେ ବଟବୃକ୍ଷର ପତ୍ରରେ ଭଗବାନ କୃଷ୍ଣ ଆଶ୍ରୟ ନେଇଥିଲେ। ଭଗବଦ୍‌ ଗୀତାରେ ବଟବୃକ୍ଷକୁ ଭିନ୍ନ ଭାବେ ଚିତ୍ରଣ କରାଯାଇଛି। ଅନ୍ୟବୃକ୍ଷ ତୁଳନାରେ ଏହି ବୃକ୍ଷ ଅଧିକ ସମୟ ବଞ୍ଚିଥାଏ। ଏହାର ଆୟତନ ଅଧିକ ଓସାର ଓ ଘଞ୍ଚ ହୋଇଥିବାରୁ ଅନ୍ୟମାନଙ୍କୁ ଛାୟା ପ୍ରଦାନ କରିଥାଏ। ବଟବୃକ୍ଷର ଚେରଗୁଡିକ ଉପରକୁ ଲମ୍ବିଥିବାବେଳେ ଏହାର ଶାଖାପ୍ରଶାଖା ତଳକୁ ଲମ୍ବିଥାଏ। ହେଲେ ଅନେକ ସ୍ଥାନରେ ସେହି ଶାଖାପ୍ରଶାଖାକୁ କାଟି ଦିଆଯାଉଥିବାରୁ ବଟବୃକ୍ଷର ଶକ୍ତି ହ୍ରାସ ପାଇଥାଏ। ଫଳରେ ଭାରସାମ୍ୟ ହରାଇ ଅକାଳରେ ବଟବୃକ୍ଷ ଟଳିପଡିଥାଏ। ବଟବୃକ୍ଷକୁ ଇଂଲିଶରେ ବାନିୟନ, ସଂସ୍କୃତରେ ବଟବୃକ୍ଷ, ତେଲୁଗୁରେ ମେରି ବୃକ୍ସମୁ, ତାମିଲରେ ଆଲାମରାମ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ, ଭଗବାନ ବୁଦ୍ଧ ବଟବୃକ୍ଷ ତଳେ ତପସ୍ୟା କରିଥିଲେ। ଯେଉଁ ବଟବୃକ୍ଷ ତଳେ ସେ ତପସ୍ୟା କରିଥିଲେ ତାକୁ ବୁଦ୍ଧି ବୋଲି ନାମିତ କରାଯାଇଛି। ଏଥିରେ ସେ ମୋକ୍ଷପ୍ରାପ୍ତି ଲାଭ କରିଥିଲେ। ବଟବୃକ୍ଷର ଆହୁରି ଉପାଦେୟତା ଗୁଣ ରହିଛି। ଏହି ବୃକ୍ଷର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଔଷଧୀୟ ଗୁଣରେ ପରିପୂର୍ଣ୍ଣ। ଏହାର ରସ ବିଭିନ୍ନ ଚର୍ମରୋଗର ନିରାକରଣ କରିଥାଏ। ସେହିପରି ଏହାର ମଞ୍ଜି ଓ ଛାଲି ଡାଇବେଟିସ ରୋଗକୁ ଭଲ କରିଥାଏ। ଡାଇରିଆ, ଦାନ୍ତରୋଗରେ ବଟବୃକ୍ଷର ବିଭିନ୍ନ ଅଙ୍ଗ କାମକୁ ଆସିଥାଏ। ବଟବୃକ୍ଷର ରସକୁ କ୍ଷୀରରେ ମିଶାଇ ଖାଇଲେ ମଳକଣ୍ଟକ ରୋଗ ଉପଶମ ହୋଇଥାଏ। ଏପରି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବଟବୃକ୍ଷର ରକ୍ଷଣାବେକ୍ଷଣ କରିବା ପାଇଁ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଏପରି କି ବଟବୃକ୍ଷର ଡାଳପତ୍ର ହେଉଛି ହାତୀଙ୍କ ମୁଖ୍ୟ ଖାଦ୍ୟ। ଜଙ୍ଗଲରେ ବଟବୃକ୍ଷ ଲୁପ୍ତ ହୋଇପଡୁଥିବାରୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଗ୍ରାମାଭିମୁଖୀ ହେଉଛନ୍ତି। ଫଳରେ ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ଘଟୁଛି। ଏଥିରେ ଅନେକ ଧନଜୀବନ ହାନି ହେଉଛି। ହାତୀ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri