ନବୀନ ନିବାସରେ ସରିଲା ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର,୬ା୩: ବୁଧବାର ଅପରାହ୍ନରେ ନବୀନ ନିବାସରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଇତିମଧ୍ୟରେ ଶେଷ ହୋଇଛି। ଉକ୍ତ ବୈଠକରେ ୨୦ରୁ ଅଧିକ ବିଜେଡି ନେତା ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅରୁଣ ସାହୁ, ସୁଶାନ୍ତ ରାଉତ, ଜଗନ୍ନାଥ ସାରକା, ପ୍ରଣବ ବଳବନ୍ତରାୟ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସସ୍ମିତ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରତାପ ଦେବ ଉପସ୍ଥିତ ଥିଲେ।

ବୈଠକ ପରେ ନବୀନ ନିବାସରୁ ଏହି ନେତାମାନେ ବାହାରିଥିବା ଦେଖିବାକୁ ମିଳିଛି। ତେବେ ଏହି ବୈଠକରେ କ’ଣ ଆଲୋଚନା ହୋଇଛି ସେନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି।

Share