ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ବସିବ ବୈଠକ

ପୁରୀ ଅଫିସ, ୨୭।୧: ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ବୈଠକ ବସିବ। ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ।
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ନେଇ ଜାନୁଆରୀ ୧୦ରୁ ୩୧ ତାରିଖ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।