ଭୁବନେଶ୍ୱର,୬।୨(ବ୍ୟୁରୋ): ଭାରତରତ୍ନ ଲତା ମଙ୍ଗେସ୍କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ । ତାଙ୍କ ପରଲୋକ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ । ସମଗ୍ର ସଙ୍ଗୀତ ଜଗତ ପାଇଁ ଏହା ଅପୂରଣୀୟ କ୍ଷତି ।
ସେ ‘ମେଲୋଡି କୁଇନ୍ ଅଫ ଇଣ୍ଡିଆ’ । ଆମର ସାମୂହିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡିଦେଇ ଚାଲିଗଲେ । ସେ ଚୀରକାଳ ପାଇଁ ନିଜ ସଙ୍ଗୀତକୁ ନେଇ ବଞ୍ଚି ରହିବେ । ତାଙ୍କର ବିୟୋଗରେ ମୁଁ ଗଭୀର ମର୍ମାହତ, ଶୋକ ସ୍ତନ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।