ମାନସିକ ବିକୃତଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର,୫ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ କେହି ପଥର ରେ ଛେଚ଼ି ହତ୍ୟା କରିଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ଼ ବ୍ୟକ୍ତି ଜଣଙ୍କ ପରିଚ଼ୟ ମିଳିପାରି ନ ଥିବାବେଳେ ସେ ପଦ୍ମପୁର ଅଞ୍ଚଳରେ କିଛି ଦିନ ହେଲା ବୁଲାବୁଲି କରୁଥିଲେ। ଗତ଼କାଲି ତାଙ୍କୁ କେହି ପଥର ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି। ପଦ୍ମପୁର ବଜାର ପିଣ୍ତି ନିକଟରେ ଅନ୍ୟଜଣେ ମାନସିକ ବିକୃତ଼ ମହିଳା ଥିବାରୁ ଏହି ହତ୍ୟାକାଣ୍ତ ପଛରେ ତାଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। ସକାଳେ ବଜାର ସଫେଇ କରୁଥିବା ଲୋକେ ସେଠାକୁ ଯାଉଥିବାବେଳେ ମୃତ଼ଦେହ ଦେଖିବାକୁ ପାଇଥିଲେ। ଖବରପାଇ ସଦର ପୋଲିସ ଏସଆଇ ସ୍ବରୂପ ରଞ୍ଜନ ନାଏକ, ସୂର୍ଯ୍ୟକାନ୍ତ ପାତ୍ର, ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତ଼ଦନ୍ତ ଆରମ୍ଭ କରିଛନ୍ତି।

Share