Categories: ଫୁରସତ

ପେଟ୍ରୋଲ ଢାଳି ନିଜର ମର୍ସିଡିଜ୍‌ କାର୍‌ ଜାଳିଦେଲେ ଯୁବକ, କାରଣ ଜାଣିଲେ ଚକିତ ହେବେ

ରୁଷିଆର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍‌ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରିଦେଇଛନ୍ତି। ୟୁଟ୍ୟୁବ୍‌ରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଏବେ ଭାଇରାଲ ହେଉଛି।
ଏକ ରିପୋର୍ଟ ଅନୁଯାୟୀ, ମିଖାଇଲ ଲିଟ୍ବିନ୍‌ ନାମକ ଜଣେ ଯୁବକ ୨.୪ କୋଟିର ମର୍ସିଡିଜ ଏଏମ୍‌ଜି ଜିଟି ୬୩ ଏସ୍‌ ଗାଡ଼ି କିଣିଥିଲେ। କିଣିବାର କିଛିଦିନ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ମର୍ସିଡିଜ ଡିଲର ନିକଟକୁ ୫ ଥର ଗାଡ଼ିକୁ ଫେରାଇବା ପାଇଁ ଫୋନ୍‌ କରିଛନ୍ତି। ମାତ୍ର ମରାମତି ପାଇଁ କୌଣସି ସହାୟତା ନ ମିଳିବାରୁ ସେ ରାଗି ଯାଇ ଜାଳି ଦେଇଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଖୋଲା ପଡ଼ିଆରେ ମିଖାଇଲ କାର୍‌ ରଖି ଏହା ଉପରେ ପେଟ୍ରୋଲ ଢାଳୁଛନ୍ତି। ପରେ ଲାଇଟର ଜଳାଇ ନିଆଁ ଲଗାଉଥିବାର ଦେଖିବାକୁ ମିଳିଛି। ସେ ଏହାର ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ ମୁଁ ଦୀର୍ଘଦିନ ଧରି ଭାବିଥିଲି ଯେ, ଯଦି ମର୍ସିଡିଜ୍‌ ଡିଲର ପକ୍ଷରୁ କୌଣସି ସହାୟତା ନ ମିଳେ ତେବେ ନିଜ କାର୍‌ ସହିତ କ’ଣ ଘଟାଇବେ। ଶେଷରେ ଏଥିରେ ନିଆଁ ଲଗାଇବାକୁ ନିଷ୍ପତ୍ତି ନେଇଥିଲି ବୋଲି କୁହନ୍ତି।

Share