Categories: ଜାତୀୟ

ମର୍ସିଡିଜ କାରରେ ଲୁଚାଇ ରଖିଥିଲେ ବିସ୍ଫୋରକ ଭର୍ତ୍ତି ଗାଡିର ନମ୍ବର ପ୍ଲେଟ

ନୂଆଦିଲ୍ଲୀ୧୭।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ସଚିନ ବାଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଏନ୍‌ଆଇଏ ହାତରେ ଲାଗିଛି ଅନ୍ୟ ଏକ ପ୍ରମାଣ। ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ନିକଟରେ ଥିବା ଏକ ପାର୍କିଂ ସ୍ଥାନରୁ ଏକ କଳା ମର୍ସିଜିଡ କାରକୁ ଏନ୍‌ଆଇଏ ଜବତ କରିଛି। କାର୍‌ ଭିତରୁ ମିଳିଛି ବିସ୍ଫୋରକ ଭର୍ତ୍ତି ଗାଡିର ନମ୍ବର ପ୍ଲେଟ । ଏପରି କି କାର୍‌ରୁ ଅନ୍ୟ ୨ଟି ଗାଡି ନମ୍ବର ପ୍ଲେଟ ସହିତ ନଗଦ ୫ଲକ୍ଷ ଟଙ୍କା ଜବତ କରାଯାଇଥିବା ଏନ୍‌ଆଇଏର ଇନ୍ସପେକ୍ଟର ଜେନେରାଲ ଅନିଲ ଶୁକ୍ଲା ସୂଚନା ଦେଇଛନ୍ତି। କାର ମାଲିକ ସଚିନ ହୋଇ ନ ଥିଲେ ମଧ୍ୟ ସେ ଏହି ମର୍ସିଡିଜ କାର ବ୍ୟବହାର କରୁଥିବା ଏନ୍‌ଆଇଏ ତଦନ୍ତରୁ ଜଣାପଡିଛି।

Share