ପାରଦ ୧ ଡିଗ୍ରୀକୁ ଖସିଲା

ବାରିପଦା,୧୭ା୧୨ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଉତ୍ତର-ପଶ୍ଚିମା ପବନ ପ୍ରବାହିତ ହେବାରୁ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଶୀତର ଲହର ବୃଦ୍ଧି ପାଉଥିବାରୁ ହାଡ଼ଭଙ୍ଗା ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତକଷ୍ଟ ଦୂର କରିବା ପାଇଁ ଲୋକେ ନିଆଁ ଜାଳି ବସି ରହୁଛନ୍ତି। ଶୀତର ପ୍ରକୋପରେ ଶିମିଳିପାଳ ଅଭୟାରଣ୍ୟରେ ପାରଦ ସର୍ବନିମ୍ନ ୧ ଡିଗ୍ରୀକୁ ଖସି ଆସିଛି। ତାପମାତ୍ରା ହ୍ରାସ ପାଇବାରୁ ଅଭୟାରଣ୍ୟରେ ତୁହିନର ଆସ୍ତରଣ(ତୁଷାରପାତ) ପଡ଼ିଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ଜଣାଇଛନ୍ତି। ଜିଲାର ୨୬ ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରେକର୍ଡ କରାଯାଇଛି। ସୋମବାର ସକାଳ ୬ଟାରେ ଅଭୟାରଣ୍ୟ ଉତ୍ତର ଡିଭିଜନର ଉପରବାର୍‌ହାକାମୁଡ଼ା ରେଞ୍ଜରେ ସର୍ବନିମ୍ନ ୧ଡିଗ୍ରୀ ତାପମାତ୍ରା ଥିବା ବେଳେ ଚହଲା ରେଞ୍ଜରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ରହିଥିଲା। ନଅଁଣା ରେଞ୍ଜରେ ୪ ଡିଗ୍ରୀ, ବରେହିପାଣି ରେଞ୍ଜରେ ୫ ଡିଗ୍ରୀ ଓ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃଦଦେହ ଜବତ:ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଜଣେ ଅଜଣା ବ୍ୟକ୍ତିକୁ କେହି ଦୁର୍ବୃତ୍ତ ହତ୍ୟା ପରେ ନିଆଁରେ...

ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ

ଜୟପୁର,୧୭ା୧୨(ପବନ ପାଣିଗ୍ରାହୀ): ଜୟପୁର ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର କାଉନ୍‌ସିଲର ବିଭିନ୍ନ ଦାବି ନେଇ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଆକାବରମ୍‌ ଶସ୍ୟା ରେଡ୍ଡୀଙ୍କୁ ଦାବିପତ୍ର...

ଠିଆ ହୋଇ ଚା’ ପିଉଥିଲେ ଲୋକେ, ଦୋକାନ ଉପରକୁ ମାଡ଼ିଗଲା ଟ୍ରାକ୍ଟର

କଟକ,୧୭।୧୨: କଟକ ସେଲଟର ଛକରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରେ ଟ୍ରାକ୍ଟର ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ,...

ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର, ୧୭।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସିଟି ସ୍କାନ ୱାର୍ଡ...

ଆଉ ମାତ୍ର ୨୦ ମିଟର ପରେ ଘରେ ପହଞ୍ଚିଥାନ୍ତେ ହୋମଗାର୍ଡ, ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ରାସ୍ତା ଦୁର୍ଘଟଣାରେ ଜୀବନ ଯାଇଛି। ସେହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମୁଣ୍ଡନାଜୁ ଗ୍ରାମର ପୀତବାସ...

ହାବିଲଦାର, କନଷ୍ଟେବଲ୍‌ଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୭ା୧୨(କାର୍ତ୍ତିକ ସାହୁ):ଓଡ଼ିଶା ପୋଲିସ ହାବିଲଦାର, କନଷ୍ଟେବଲ୍‌ ଓ ସିପାହୀ ସଂଘର ୪୫ତମ ବାର୍ଷିକ ଉତ୍ସବ କଟକ ଓଏସ୍‌ଏପି ଷଷ୍ଠ ବାଟାଲିୟନ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ଶୀତରେ ଥରୁଛି ଓଡ଼ିଶା: ଆଜିଠୁ ୪ଦିନ ହାଲୁକା ବର୍ଷା

ଭୁବନେଶ୍ୱର,୧୭ା୧୨: ରାଜ୍ୟରେ ହାଡ଼ଭଙ୍ଗା ଶୀତର ଲହରି ସାଙ୍ଗକୁ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ସୋମବାର ସର୍ବାଧିକ ତାପମାତ୍ରା ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ...

ନୂଆଗାଁ ବିଜୁ ଯୁବ ଭବନକୁ ନେଇ ବିବାଦ

ନୂଆଗାଁ,୧୭।୧୨(ଧନେଶ୍ୱର ସାହୁ):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସଦର ମହକୁମାଠାରେ ନିର୍ମାଣ ହୋଇଥିବା ବିଜୁ ଯୁବ ଭବନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବିବାଦ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri