Advertisement

ଖସିଲା ପାରଦ: ବଢ଼ିଲା ଶୀତ, କାଲୁଆ ମାରିଯାଉଛି ଦେହହାତ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ ୧୮ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଯାଇଥିଲା। ପୁଣି ଏବେ ପାଗ ଶୁଖିଲା ରହିବା ସହ ପାରଦ ତଳମୁହାଁ ହୋଇଛି ପ୍ରବଳ ଜାଡ଼ ଅନୁଭୂତି ସହ ଅସହ୍ୟ ଯନ୍ତ୍ରଣା ଦେଇଛି ଶୀତ। ଗରିବ ଲୋକଙ୍କୁ ଶୀତ କଷ୍ଟ ଦେଉଥିବା ବେଳେ ବାହାରୁ ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସି ବଣଭୋଜି ସହ ବୁଲାବୁଲି କରି ମଜା ନେଉଛନ୍ତି। ସକାଳେ ଚା’ଦୋକାନରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ହାତ ଜାଡ଼ରେ କାଲୁଆ ହୋଇଯାଉଛି ବୋଲି ଭୋର୍‌ ସମୟରେ ଗାଡ଼ି ଚଳାଉଥିବା ଚାଳକମାନେ ମତ ପ୍ରକାଶ କରିଛନ୍ତି। ଶୀତ ବସ୍ତ୍ର ବିନା ଦିନ ରାତି ଚଳିବା ମୁସ୍କିଲ ହୋଇପଡ଼ିଛି। ଠାଏ ଠାଏ ନିଆଁ ଲଗାଇ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି। ଆଗକୁ ଆହୁରି କିଛିଦିନ ଥଣ୍ଡା ବଢ଼ିବା ନେଇ ଆଶଙ୍କା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share