Categories: ଫୁରସତ

ବିଲ୍ଡିଂ ଭିତରେ ଯାଉଛି ମେଟ୍ରୋ ଟ୍ରେନ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଟ୍ରେନ୍‌ ସହର ମଧ୍ୟରେ ଥିବା ଏକ ବିଲ୍ଡିଂ ଭିତରେ ପଶି ଯାଉଛି।

ଭିଡିଓଟି ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଟ୍ରେନ୍‌ଟି ଚାଇନାର ଏକ ବିଲ୍ଡିଂ ଭିତର ଦେଇ ଯାଉଛି। ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। କିଛି ଲୋକ ଭିଡିଓ ପ୍ରସ୍ତୁତିରେ ମଧ୍ୟ ଲାଗିପଡ଼ିଛନ୍ତି।  କାରଣ ଟ୍ରେନ୍‌ ଲାଇନ୍‌ ଯେଉଁ ବାଟ ଦେଇ ଯାଇଛି, ସେଠାରେ ଏହି ବିଲ୍ଡିଂଟି ଥିଲା। କିନ୍ତୁ ଚାଇନାବାସୀ ଉକ୍ତ ବିଲ୍ଡିଂକୁ ନ ହଟାଇ ଏହା ଭିତର ଦେଇ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share