ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ

ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଥିଲା। ପରେ ତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆନନ୍ଦପୁର ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ସିଆରପିଏଫ୍‌ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।
ଗାଁରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମାଓବାଦୀଙ୍କ ସହ ଗୁଳିବିନିମୟ ବେଳେ ଝାଡ଼ଖଣ୍ଡରେ ଶହୀଦ ହୋଇଥିଲେ।
ସୁଶାନ୍ତ ୨ ମାସ ତଳେ ବିବାହ କରିଥିଲେ।

Share