ଆସୁନାହାନ୍ତି ମିଲର, ଜଗି ବସିଛନ୍ତି ଚାଷୀ

ନୟାଗଡ଼ ଅଫିସ,୯।୨: ନୟାଗଡ଼ ଜିଲାରେ ଧାନ କ୍ରୟ ଶେଷ ହୋଇ ଆସୁଛି । ଏଭଳିସ୍ଥଳେ ଧାନକିଣାରେ ଦେଖା ଦେଇଥିବା ଅବ୍ୟବସ୍ଥା ଦୂର ହୋଇ ପାରୁନି । ଓଡ଼ଗଁା ବ୍ଲକ ପଞ୍ଚରିଡା ମାନପୁର ଧାନକ୍ରୟ କେନ୍ଦ୍ର(ମଣ୍ଡି)ରେ ମିଲରକୁ ଅପେକ୍ଷା କରି ବସିଛନ୍ତି ଚାଷୀ । ଅଥଚ ମିଲର ଆସୁ ନାହାନ୍ତି କି ଧାନ ନେବା ପାଇଁ ଗାଡ଼ି ପଠାଉ ନାହାନ୍ତି । କେତେଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଛି। ଏଭଳିସ୍ଥଳେ ଗତ ପାଳିରେ ଚାଷୀ ମଣ୍ଡିଠାରୁ ୧ କିମି ଦୂର ଯାଇ ମିଲରଙ୍କୁ ଧାନ ବିକ୍ରି କରିଥିଲା । ଏଥର ଅବସ୍ଥା ପୁରା ଅସମ୍ଭାଳ ହେଲାଣି । ଏନେଇ ଚାଷୀ ଗଙ୍ଗା ରାଉତ ଓ ଭଗବାନ ଭୋଳ କୁହନ୍ତି, ପଞ୍ଚରିଡ଼ା ମାନପୁର ଓ ଗୋଡ଼ିପଲ୍ଲି ପାଇଁ ପଞ୍ଚରିଡ଼ା ମାନପୁରଠାରେ ମଣ୍ଡି ଖୋଲିଛି । ତେବେ ସମ୍ବଲପୁର ମିଲର ଧାନ କିଣିବାକୁ ଆସୁ ନାହାନ୍ତି । ନୟାଗଡ଼ ମିଲରଙ୍କଠାରୁ ସମ୍ବଲପୁର ମିଲର ଭଲ ହୋଇଥିଲେ ହେଁ ଆମ ମଣ୍ଡିକୁ କାହିଁକି ଅଣଦେଖା କରୁଛି ବୁଝାପଡୁନି । ଗତ ଶୁକ୍ରବାରଠାରୁ ଧାନ ବିକ୍ରି କରିବାକୁ ଚାଷୀମାନେ ଅପେକ୍ଷା କରି ବସିଛନ୍ତି ।

ବଡ଼ ଚାଷୀଙ୍କ ଟୋକନ ଆସିନି: ବଡ଼ ଓ ମଧ୍ୟବିତ୍ତ ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକନ ଆସୁନି । ଟୋକନ ଆସିବ କି ନାହିଁ ଜଣାପଡୁ ନାହିଁ । ଚାଷୀମାନେ କାହିଁକି ଟୋକନ ଆସୁନି ବୋଲି ପାକ୍ସ ସମ୍ପାଦକ ଓ ଯୋଗାଣ ବିଭାଗକୁ ବାରମ୍ବାର ପଚାରୁଛନ୍ତି। ତେବେ ସମସ୍ତଙ୍କଠାରୁ ଉତ୍ତର ମିଳୁଛି ଅପେକ୍ଷା କର, ଟୋକନ ଆସିବ । ଅନ୍ୟପକ୍ଷେ ଟୋକନ ଥାଇବି କେତେଜଣ ଚାଷୀ ଧାନ କିଣାର ଅବ୍ୟବସ୍ଥା ଦେଖି ମଣ୍ଡିକୁ ଯାଉ ନାହାନ୍ତି । ସ୍ବଳ୍ପ ଦାମରେ ଚାଷୀ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଛି । ଚାଷୀଙ୍କ ସମସ୍ୟା ସମାଧାନ ହେଉ ନ ଥିବାରୁ ମଧ୍ୟସ୍ଥି, ବ୍ୟବସାୟୀମାନେ ମିଲର ଓ ପାକ୍ସ ସମ୍ପାଦକଙ୍କୁ ଧରାଧରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ମିଲର ଓ ପାକ୍ସ ସମ୍ପାଦକ ମଧ୍ୟ ଅନୁରୂପ ଭାବେ ମଧ୍ୟସ୍ଥି ଓ ବ୍ୟବସାୟ ଯୋଗୁ ଲାଭରେ ରହୁଛନ୍ତି ।

ମଧ୍ୟସ୍ଥି କରୁଛନ୍ତି ପାକ୍ସ କର୍ମଚାରୀ: ଚଢ଼େୟାପଲି ପାକ୍ସର କେତେଜଣ କର୍ମଚାରୀ କଳସାଖମଣ ପାକ୍ସ ଅଞ୍ଚଳରୁ ଧାନ କିଣୁଛନ୍ତି। ସେହି ଧାନକୁ କେତେଜଣ ଚାଷୀଙ୍କୁ ହାତଗୁଞ୍ଜା ଦେଇ ଚଢ଼େୟାପଲି ପାକ୍ସରେ ବିକ୍ରୟ କରୁଛନ୍ତି । ପାକ୍ସ କର୍ମଚାରୀଙ୍କ ଏହି ମଧ୍ୟସ୍ଥି ନୀତକୁ ଚାଷୀମାନେ ନାପସନ୍ଦ କରୁଛନ୍ତି । ହେଲେ ଆଦିବିସୀ ଅଧ୍ୟୁଷିତ ଅଞ୍ଚଳର ଏପରି ଅସୁବିଧାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ଅପରପକ୍ଷେ ଚଢ଼େୟାପଲି ଓ କଳାସଖମଣ ପାକ୍ସରେ ନେଟ୍‌ୱାର୍କ କାମ କରୁ ନାହିଁ । ଏଣୁ ସେଠାରେ ଅଫ୍‌ଲାଇନରେ ଧାନ କିଣା ଚାଲିଛି । ଗତ ବର୍ଷ ଅଫ୍‌ଲାଇନରେ ଧାନ କିଣା ହୋଇ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନ କିଣା ଟଙ୍କା ଆତ୍ମସାତ୍‌ କରାଯାଇଥିଲା । ଏଠାର ଚାଷୀମାନେ ବିଷ ବୋତଲ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ। ଚଳିତ ବର୍ଷ ପୁଣି ସେହିପରି ଧାନ କିଣାରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ଏଣୁ ଯୋଗାଣ ବିଭାଗ ଓ ପ୍ରଶାସନ ଆଗୁଆ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image