ଚାଉଳ ଫେରାଉ ନାହାନ୍ତି ମିଲର

ନୟାଗଡ଼ ଅଫିସ,୨୨।୯: ମଣ୍ଡିରୁ ଧାନ କିଣିବାକୁ ମିଲର ଆଗ୍ରହୀ ଥିବାବେଳେ ଚାଉଳ ଫେରାଇବାକୁ ପଛଘୁଞ୍ଚା ହେଉଛନ୍ତି। ଅବଧି ଶେଷ ହେବାକୁ ୯ ଦିନ ଥିବାବେଳେ ମିଲର ମାନେ ଏଯାବତ ୮୧.୬୧ ପ୍ରତିଶତ ଚାଉଳ ଫେରାଇଛନ୍ତି । ତେବେ ଯୋଗାଣ ବିଭାଗ ମିଲରଙ୍କୁ ତାଗିଦ୍‌ କରିବା ବଦଳରେ ଅବଧି ଭିତରେ ଚାଉଳ ସଂଗ୍ରହ ଶେଷ ହେବ କହି ପ୍ରସଙ୍ଗକୁ ହାଲକା ଭାବେ ନେଇଛି ।

ପ୍ରକାଶ ଯେ, ଜିଲାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୪୦୨୨.୨୯୬ ମେଟ୍ରିକ ଟ୍ରନ ଧାନକୁ ୧୭ଟି ମିଲ୍‌ ଜିଲାର ବିଭିନ୍ନ ମଣ୍ଡିରୁ କିଣିଥିଲେ । ସେହି ଧାନକୁ ଚାଉଳ କରି ମିଲରମାନେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ସରକାରଙ୍କୁ ପ୍ରଦାନ କରିବାର ନିୟମ ରହିଛି । ତେବେ ଜିଲାର ଡାଇମଣ୍ଡ ରାଇସ ପ୍ରାଇଭେଟ ଲିମିଟେଡ, ମା’ମଙ୍ଗଳା ଆଗ୍ରୋ ଇଣ୍ଡଷ୍ଟ୍ରି, ନୟାଗଡ଼ ରାଇସ ପ୍ରାଇଭେଟ ଲିମିଟେଡ, ଶ୍ରୀ ରଘୁନାଥ ରାଇସ୍‌ ମିଲ୍‌ କେବଳ ୧୦୦ ପ୍ରତିଶତ ଚାଉଳ ଫେରାଇଛନ୍ତି । ଅବଶିଷ୍ଟ ୧୩ ମିଲ ଏଯାବତ ଶତପ୍ରତିଶତ ଚାଉଳ ଫେରାଇ ନାହାନ୍ତି । ଅନନ୍ତ ବାସୁଦେବ ରାଇସ୍‌ ମିଲ ୭୯.୧୭ ପ୍ରତିଶତ, ବଜରଙ୍ଗୀ ଫୁଡ ପ୍ରଡକ୍ଟସ୍‌ ପ୍ରାଇଭେଟ ଲିମିଟେଡ ୬୬.୫୦ ପ୍ରତିଶତ, ଜଗନ୍ନାଥ ରାଇସ୍‌ ଆଣ୍ଡ ଅଏଲ ଇଣ୍ଡଷ୍ଟ୍ରି ୫୭.୦୨ ପ୍ରତିଶତ, ଜୟବଜରଙ୍ଗୀ ରାଇସ ମିଲ୍‌ ୮୮.୪୦ ପ୍ରତିଶତ ଚାଉଳ ଫେରାଇଛନ୍ତି । ସେହିଭଳି ଜୟ ମହାବୀର ରାଇସ୍‌ ମିଲ ୬୭.୨୪ ପ୍ରତିଶତ, କାଉଁରୀ ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ୮୨.୯୮ ପ୍ରତିଶତ, ମା ବାଗ୍‌ଦେବୀ ରାଇସ୍‌ ମିଲ ୭୪.୪୩ ପ୍ରତିଶତ, ମା’ଲକ୍ଷ୍ମୀ ରାଇସ୍‌ ଇଣ୍ଡଷ୍ଟ୍ରି ୮୮.୬୬ ପ୍ରତିଶତ ଚାଉଳ ଫେରାଇ ନାହାନ୍ତି । ପୁଣି ଆର.କେ. ଏଗ୍ରୀ ଫୁଡ୍‌ ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ ୬୪.୫୧ ପ୍ରତିଶତ, ରଜେଶ ଇଣ୍ଡଷ୍ଟ୍ରୀ ୭୫.୩୭ ପ୍ରତିଶତ, ସାଇ ଫୁଡ ପ୍ରଡକ୍ଟସ୍‌ ୮୧.୨୦ ପ୍ରତିଶତ, ସର୍ଦ୍ଦାର ଇଣ୍ଡଷ୍ଟ୍ରିଜ୍‌ ୭୨.୪୯ ପ୍ରତିଶତ, ଶୁଭଲକ୍ଷ୍ମୀ ଏଜେନ୍ସି ପ୍ରାଇଭେଟ ଲିମିଟେଡ ୯୨.୬୪ ପ୍ରତିଶତ ଚାଉଳ ଫେରାଇଛନ୍ତି । ମିଲରମାନଙ୍କ ଚାଉଳ ଫେରାଇବା ଟାର୍ଗେଟକୁ ଅନୁଧ୍ୟାନ କଲେ ଜଣାପଡୁଛି ମିଲରମାନେ ଚାଉଳ ଫେରାଇବାରେ ବିଳମ୍ବ କଲେ ବି ପ୍ରଶାସନ ପକ୍ଷରୁ ଅଙ୍କୁଶ ନାହିଁ । ଯୋଗାଣ ବିଭାଗ ଓ ଜିଲାପାଳ କାହିଁକି ମିଲରମାନଙ୍କୁ ଅନୁକମ୍ପା ଦେଖାଉଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ମଣ୍ଡିରେ ଚାଷୀର ଧାନକୁ ଧୁଳି, ଧୂଷ, ବାଲି ଗୋଡି ମିଶା କହି କୁଇଣ୍ଟାଲ ପିଛା ୧୦ରୁ ୨୦ କେଜି କାଟି କିଣା ଯାଉଛି। ନିର୍ଦ୍ଧାରିତ ସମୟରେ ଧାନ ନ ଆସିଲେ ମିଲର ବ୍ୟବହାର ଖରାପ କରୁଛି। ତେବେ ଚାଉଳ ଫେରାଇବା ବେଳେକୁ ଏପରି ପଛଘୁଞ୍ଚା କାହିଁକି । ମିଲରମାନେ ଧାନକୁ ନେଇ ଚାଉଳ କରି ବାହାର ମାର୍କେଟରେ ବିକ୍ରି ଲାଭବାନ ହେଉଛନ୍ତି । ତେବେ ଲାଭ ନାହିଁ ଦର୍ଶାଇ ସରକାରଙ୍କୁ ଧିରେ ଧିରେ ଚାଉଳ ଫେରାଉଛନ୍ତି । ଯେଉଁ ମିଲର ମାନେ ଶତ ପ୍ରତିଶତ ଚାଉଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରାଉଛନ୍ତି ସେମାନଙ୍କୁ ମଧ୍ୟ ପ୍ରୋସତ୍ାହନ ବା ଧନ୍ୟବାଦ ଦିଆଯାଉ ନାହିଁ । ଚାଉଳ ଫେରାଇବା ଉପରେ ଯୋଗାଣ ବିଭାଗର ସମୀକ୍ଷା ଠିକରେ ହେଉ ନ ଥିବାରୁ ମିଲର ଲାଭରେ ରହୁଛନ୍ତି ବୋଲି କହିଛନ୍ତି । ଏନେଇ ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କୁହନ୍ତି, ସେପ୍ଟେମ୍ବର ୧୩ ସୁଦ୍ଧା ୮୧.୬୧ ପ୍ରତିଶତ ଚାଉଳ ମିଲର ଫେରାଇଥିଲେ। ସେପ୍ଟେମ୍ବର ୨୧ ସୁଦ୍ଧା ୮୭ ପ୍ରତିଶତ ଚାଉଳ ଫେରାଇ ସାରିଲେଣି। ସେପ୍ଟେମ୍ବର ୩୦ ସୁଦ୍ଧା ଟାର୍ଗେଟ ମୁତାବକ ଚାଉଳ ମିଲରମାନେ ଫେରାଇବେ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୨ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ସିଗାରେଟ୍‌ ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା,୨୦ା୪: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ନାବାଳକଙ୍କୁ ଦିଆଯାଇଥିବା ନିର୍ଯାତନା ସୀମା ଟପିଛି। ଦୁର୍ବୃତ୍ତମାନେ ଦୁଇ...

ବିବାହିତା ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା: କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୨୦ା୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ...

୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି

କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍‌ଙ୍କ...

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ...

ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image