Categories: ଫୁରସତ

୨୭ ଥର ପରୀକ୍ଷା ଦେଇ କୋଟିପତି ବିଫଳ

ବେଜିଂ: ଜଣେ ୫୬ ବର୍ଷୀୟ କୋଟିପତି ୨୭ ଥର ପାଇଁ କଲେଜ ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଛନ୍ତି। ଲିଆଙ୍ଗ ଶି ଚାଇନାର ଜଣେ ଆତ୍ମନିର୍ଭରଶୀଳ କୋଟିପତି। ହେଲେ ସେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିନାହାନ୍ତି। ସେ ଗତ ୪୦ ବର୍ଷ ମଧ୍ୟରେ ଅନେକ ଥର ସିଚୁଆନ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇବାକୁ ଏବଂ ବୁଦ୍ଧିଜୀବୀ ହେବାକୁ ଇଚ୍ଛା ରଖିଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଲିଆଙ୍ଗ ଏକ କାରଖାନାରୁ ତାଙ୍କ ପ୍ରଥମ ଚାକିରି ଆରମ୍ଭ କରିଥିଲେ। ପରେ ତାଙ୍କ ନିର୍ମାଣ ସାମଗ୍ରୀ ବ୍ୟବସାୟ ପ୍ରତିଷ୍ଠାନ କରିଛନ୍ତି। କିନ୍ତୁ ସେ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ମାଟି ମାଡ଼ି ନ ଥିବା କହିଛନ୍ତି। ଏକ ସମ୍ମାନଜନକ ଉଚ୍ଚଶିକ୍ଷା ପାଇଁ ସେ ୧୨ ଘଣ୍ଟା ଅଧ୍ୟୟନ କରୁଛନ୍ତି। ସେ ମଦ ପିଇବା, ବିଭିନ୍ନ ପ୍ରକାର ଖେଳ ଖେଳିବାକୁ ନିଜକୁ ଦୂରେଇ ରଖିଛନ୍ତି। ସେ କଲେଜ ପ୍ରବେଶିକା ପରୀକ୍ଷା ପାଇଁ ଅଧିକ ପରିଶ୍ରମ କରିଥିଲେ ମଧ୍ୟ ଚଳିତବର୍ଷ ତାଙ୍କ ନମ୍ବର ୩୪ ପଏଣ୍ଟ କମ୍‌ ଥିଲା। ଫଳରେ ତାଙ୍କୁ କଲେଜ ପ୍ରବେଶିକା ପରୀକ୍ଷାରେ ୨୭ ଥର ପାଇଁ ବିଫଳ ହେବାକୁ ପଡ଼ିଛି। ଗତ ଶୁକ୍ରବାର ସିଚୁଆନ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ସେ ସେଥିରେ ବିଫଳ ହୋଇଥିବା ଜାଣିବାକୁ ପାଇଥିଲେ। ଏବେ ସେ ଆଗାମୀ ବର୍ଷ ପ୍ରବେଶିକା ପରୀକ୍ଷାକୁ ଅପେକ୍ଷା କରିଛନ୍ତି। ସିଚୁଆନ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଜନ କରିବେ ବୋଲି ସେ ଆଶା ରଖିଥିବା କହିଛନ୍ତି।

Share