ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ ରହୁଛି ବୋଲି ଜି.ଉଦୟଗିରି କୃଷି ଗବେଷଣା ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଜି. ଉଦୟଗିରି ସହର ସହିତ ଗ୍ରମାଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହୋଇଛି। ଶୀତ ପ୍ରଭାବରେ ଜନ ଜୀବନ ସହିତ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଶୀତ ପ୍ରକୋପ ବଢ଼ିବାକୁ ଲକ୍ଷ୍ୟ କରି ଏନ୍‌ଏସି ତରଫରୁ ସ୍ଥାନୀୟ ବିଜୁ ପଟନାୟକ କଲ୍ୟାଣ ମଣ୍ଡପରେ ଅସହାୟ ନିରାଶ୍ରୟମାନଙ୍କ ପାଇଁ ରହିବା ସହିତ ଖାଇବା ବ୍ୟବସ୍ଥା କରାଯାଇଛି ବୋଲି ଏନଏ୍‌ସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ କହିଛନ୍ତ। ଏଣେ ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖାଯାଉନାହିଁ।ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଘନ କୁହୁଡି ଯୋଗୁ କଳିଙ୍ଗା ଘାଟିରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

Share