ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)ର କାର୍ଯ୍ୟକାରୀ ସଭାପତି କେ.ଟି. ରାମାରାଓଙ୍କୁ ଟାର୍ଗେଟ କରି ସୁରେଖା କହିଥିଲେ, ୨୦୨୧ରେ ତତ୍କାଳୀନ ମନ୍ତ୍ରୀ ରାମାରାଓଙ୍କ ଯୋଗୁ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ସେତେବେଳେ ରାମାରାଓ ସାମନ୍ଥାଙ୍କର ଫୋନ୍‌ ଟ୍ୟାପିଂ କରିବା ସହ ତାଙ୍କୁ ଚୈତନ୍ୟଙ୍କଠାରୁ ଅଲଗା ହେବା ପାଇଁ ବ୍ଲାକ୍‌ମେଲିଂ କରିଥିଲେ। ତେବେ ସୁରେଖାଙ୍କର ଏହି ବୟାନଙ୍କୁ ସାମନ୍ଥା ଓ ଚୈତନ୍ୟଙ୍କ ସହ ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ତାରକା ସମାଲୋଚନା କରିଛନ୍ତି। ସୁରେଖାଙ୍କ ବୟାନକୁ ନେଇ ସାମନ୍ଥା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଛାଡ଼ପତ୍ର ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଏଥିରେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ନାହିଁ। ସେହିପରି ଚୈତନ୍ୟ କହିଛନ୍ତି, ଛାଡ଼ପତ୍ର ନେଇ ଉଭୟଙ୍କର ବ୍ୟକ୍ତିଗତ ସହମତି ଥିଲା। ସୁରେଖାଙ୍କର ବୟାନ ହାସ୍ୟାସ୍ପଦ ହୋଇଥିବା ସେ କହିଛନ୍ତି। ଚୈତନ୍ୟଙ୍କ ବାପା ତଥା ତେଲ୍‌ଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ ସୁରେଖାଙ୍କର ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି କହିଛନ୍ତି। ସେହିପରି ଚିରଞ୍ଜୀବୀ, ଜୁନିୟର ଏନ୍‌ଟିଆର୍‌, ଭେଙ୍କଟେଶ୍‌, ପ୍ରକାଶ ରାଜ୍‌ଙ୍କ ପରି ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ବରିଷ୍ଠ କଳାକାର ଉକ୍ତ ବୟାନକୁ ନେଇ ସୁରେଖାଙ୍କୁ ଭର୍ତ୍ସନା
କରିଛନ୍ତି। କୌଣସି କଳାକାରଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପାଇଁ ସୁରେଖାଙ୍କର କୌଣସି ଅଧିକାର ନାହିଁ ବୋଲି ସେମାନେ କହିଛନ୍ତି। ତେବେ ବିବାଦ ବଢ଼ିବାରୁ ଗୁରୁବାର ସୁରେଖା ନିଜ ବୟାନକୁ ଫେରାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ବିଆର୍‌ଏସ୍‌ ନେତା ରାମାରାଓଙ୍କୁ ଟାର୍ଗେଟ କରିବାବେଳେ ଭାବବିହ୍ବଳ ହୋଇ ସାମନ୍ଥା ଓ ଚୈତନ୍ୟଙ୍କୁ ନେଇ ଅନିଚ୍ଛାକୃତ ଭାବେ ସେ ଏହି ବୟାନ ଦେଇଥିଲେ। ତେବେ ଘଟଣାକୁ କେନ୍ଦ୍ର କରି ଗୁରୁବାର ଅଭିନେତା ନାଗାର୍ଜୁନ ସ୍ଥାନୀୟ ନମ୍ପାଲି କୋର୍ଟରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ଧାରା ୩୫୬ ଅନୁଯାୟୀ, ସୁରେଖାଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା ଦାଏର କରିଛନ୍ତି। ଏନେଇ ତାଙ୍କ ପୁଅ ଚୈତନ୍ୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ...

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ...

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି।...

କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର...

ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର...

ଏଥର ଜମିବ ଦଶହରା ଲଢ଼େଇ: ପରସ୍ପରକୁ ଟକ୍କର ଦେବେ ଏହି ୪ ଫିଲ୍ମ

”ବିଶେଷଭାବରେ ପୂଜା ପାର୍ବଣ ଅବସରରେ ବଡ ପରଦାରେ ଓଡ଼ିଆ ସିନେମାର ଲଢ଼େଇ ବିଷୟରେ ବେଶ୍‌ ଆଲୋଚନା ହୁଏ। ହେଲେ ଏଥର ଦୁର୍ଗାପୂଜାରେ ଚାରୋଟି ଓଡ଼ିଆ ସିନେମା-‘କର୍ମ’,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri