ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୯।୫(ବ୍ୟୁରୋ): ମାଟ୍ରିକ ପରୀକ୍ଷାରେ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ପ୍ରାୟ ୪୬ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇନାହାନ୍ତି। କୋଭିଡ଼ ଯୋଗୁ ସବୁ ପିଲାଙ୍କ ଫର୍ମଫିଲପ୍‌ ଫି’ ସରକାର ଛାଡ଼ କରିଥିଲେ। ଆଉ ସବୁ ପିଲା ଫର୍ମଫିଲପ୍‌ ବି କରିଥିଲେ।
ସମସ୍ତ ପିଲାଙ୍କ ଫର୍ମଫିଲପ୍‌ କତ୍ତୃପକ୍ଷ ମାଗଣାରେ କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଫର୍ମଫିଲପ୍‌ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଇନାହାନ୍ତି, ସେନେଇ ତଦନ୍ତ ହେବ। ଏ ନେଇ ଡିଇଓ ଏବଂ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆ ହୋଇଛି ବୋଲି ସମୀର ରଞ୍ଜନ ଦାଶ କହିଛନ୍ତି।

Share