ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ ଖରାଛୁଟି ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ତା’ହେଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ରଞ୍ଜାନ ଦାଶ।
ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କରୋନା ପ୍ରଭାବ ନାହିଁ। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି। ଏ ସପ୍ତାହରେ ଛାତ୍ରୀଛାତ୍ରଙ୍କୁ ମିଳିବ ସ୍ବତନ୍ତ୍ର ପୁସ୍ତିକା ମିଳିବ। ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ’ରେ ନୂଆଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି।