ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା

ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରୀଛାତ୍ର ଏବଂ ଅଭିଭାବକ। ଏହି ଚିନ୍ତା ଏବେ ଦୂର କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ବରିଷ୍ଠ ଶିକ୍ଷାବିତ୍‌ ଏବଂ ସିଏଚ୍‌ସିଏସ୍‌ଇ ଅଧିକାରୀଙ୍କୁ ନେଇ ଗଠନ କରାଯିବ।

କେମିତି ଓ କେଉଁ ଆଧାରରେ ମୂଲ୍ୟାୟନ କରାଯିବ, କିପରି ରେଜଲ୍ଟ ପ୍ରକାଶ ପାଇବ ସେନେଇ କମିଟି ବିଚାରବିମର୍ଷ କରିବ। ମତାମତ ଆଧାରରେ ସରକାର ନିଷ୍ପତ୍ତି ନେବେ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ଓ ଆଇସିଏସ୍‌ଇ ରେଜଲ୍ଟ ଯେବେ ବାହାରିବ ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ମଧ୍ୟ ସେହି ସମୟରେ ପ୍ରକାଶ ପାଇବ। ଛାତ୍ରୀଛାତ୍ର ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ।

Share