ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବେଳେ ରୋଚକ ଦୃଶ୍ୟ, ଲୁଚାଇକି ବୃଦ୍ଧାଙ୍କ ହାତକୁ ଟଙ୍କା ବଢାଇଦେଲେ ମନ୍ତ୍ରୀ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୫।୮: ଆଜି ଖୋଲିଥିଲା ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ। ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ମନ୍ତ୍ରୀ। ଅଭିଯୋଗ ଶୁଣାଣି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକ ଗୁହାରୀ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ। ଏହି ସମୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୟସ୍କା ମହିଳାଙ୍କ ହାତକୁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଲୁଚାଇକି ଟଙ୍କା ବଢେଇ ଦେଉଥିବା ଭିଡିଓ ଭାଇରାଲ ହେଉଛି। ଏହା ପରେ ବୃଦ୍ଧା ତାଙ୍କୁ ଆର୍ଶୀବାଦ ଦେଇଛନ୍ତି।

ବୃଦ୍ଧା ମହିଳା ଜଣଙ୍କ ଭୁବନେଶ୍ୱର ଶିରିପୁର ଅଞ୍ଚଳର ସୁଭାଷିନୀ ଦେଇ। ବୟସ ୮୨ ବର୍ଷ। ବେଗୁନିଆ ବ୍ଲକରେ ଭତ୍ତା ପାଉଛନ୍ତି। ତାଙ୍କ ଭତ୍ତାକୁ ଭୁବନେଶ୍ୱରରେ ପ୍ରଦାନ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସଙ୍ଗେ ସଙ୍ଗେ ଜିଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share