କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ପାହାଡ଼ରୁ ଡେଇଁଲେ ମନ୍ତ୍ରୀ

ମସ୍କୋ,୮।୯: ଜଣେ କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ରୁଷର ଜରୁରୀକାଳୀନ ମନ୍ତ୍ରୀ ଜିନଚେଭଙ୍କ ମୃତ୍ୟୁ ହୋଇଛି। ସୈନ୍ୟ ଅଭ୍ୟାସ ବେଳେ କ୍ୟାମେରାମ୍ୟାନ ପାହାଡ଼ରୁ ଖସି ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବା ପାଇଁ ଜିନଚେଭ ପାହାଡ଼ରୁ ଡେଇଁ ପଡ଼ିଥିଲେ। କିନ୍ତୁ ପଥରରେ ତାଙ୍କ ମୁଣ୍ଡ ମାଡ଼ ହେବା କାରଣରୁ ତାଙ୍କ ମୃତ୍ୟୁ ହୋଇଛି। ନୋରିଲସ୍କର ଆର୍କସିଟିରେ ଏଭଳି ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି।

ପାଖରେ ଅନେକ ଲୋକ ଥାଇ ମଧ୍ୟ ଏ ବିଷୟରେ କେହି ଜାଣିପାରି ନ ଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଡମିର ପୁଟିନ। ୫୫ ବର୍ଷୀୟ ଜିନଚେଭ ପୁଟିନଙ୍କ ନିକଟତର ଥିଲେ। ଜିନଚେଭ ୨୦୦୬ରୁ ୨୦୧୫ ପର୍ଯ୍ୟନ୍ତ ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ।

Share