ଆଗୁଆ ଜାମିନ ଆବେଦନ କଲେ ମନ୍ତ୍ରୀ, ଏମ୍‌ପି

କଟକ ଅଫିସ,୪ା୨: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ଏମ୍‌ପି ପହଞ୍ଚିଛନ୍ତି। ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପି ଜୁଏଲ ଓରାମଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

ମୟୂରଭଞ୍ଜ ଜିଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଗତ ଜାନୁୟାରୀରେ ଏତଲା ହୋଇଥିଲା। ଜିଲା କାର୍ଯ୍ୟାଳୟରେ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅଶ୍ୱିନ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ଳୀଳ ଭାୋରେ ଗାଳିଗୁଲଜ କରିବା ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମଙ୍କୁ ଆଗୁଆ ସର୍ତ୍ତମୂଳକ ଜାମିନ ମିଳିଛଇ। ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଝିରପାଣି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଜାରି ରହିଛି । ତେଣୁ ଗିରଫ ହେବା ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଜୁଏଲ। ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

Share