ଭୁବନେଶ୍ବର,୨୭।୭(ବ୍ୟୁରୋ): ବିଧାନସଭାରେ ବୁଧବାର ୨୦୨୦-୨୧ରେ ଉଦ୍ୟାନ କୃଷିରେ ଉତ୍ପାଦନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଅଁଳା, ବେଲ, କଦଳୀ, ପଣସ, ସପୁରି, ଡାଳିମ୍ବ, ସପେଟା ଆଦି ଫଳ ଲକ୍ଷେ ୫୪ ହଜାର ହେକ୍ଟରରେ ଚାଷ କରାଯାଇଥିବା ବେଳେ ୫୨୬.୭୦ ମେଟ୍ରିକ ଟନ୍ ଫଳ ଉତ୍ପାଦନ ହୋଇଛି।
ସେହିଭଳି ଛତୁ, ଭେଣ୍ଡି, ମୂଳା, ଆଳୁ, ବିନ୍ସ, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ ହୋଇଥିବା ବେଳେ ୯୮୧୭.୨୧ ମେଟ୍ରିକ ଟନ୍ ଉତ୍ପାଦନ ହୋଇଛି।
ଚଳିତବର୍ଷ ଫୁଲକୋବି ହେକ୍ଟର ପ୍ରତି ୧୫.୮୫ ମେଟ୍ରିକ ଟନ୍ ଉତ୍ପାଦନ ହୋଇଛି ଏବଂ ବାଇଗଣ ୧୬.୮୫ ମେଟ୍ରିକ ଟନ୍ ହେକ୍ଟର ପ୍ରତି ଉତ୍ପାଦନ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଫଳ ଏବଂ ପନିପରିବା ଉତ୍ପାଦନ, ଜଳସେଚନ, ସଂରକ୍ଷଣ ଆଦି ଲାଗି ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି।