ପ୍ରାର୍ଥୀଙ୍କ ଲାଗି ପ୍ରଚାର କଲେ ରାଜସ୍ବ ମନ୍ତ୍ରୀ

ସଜନାଗଡ, ୨୦।୨ (ଡି.ଏନ.ଏ.)

ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟକୁ ଆଉ ମାତ୍ର ୨ଦିନ ରହିଲା। ରାଜ୍ୟ ସରକାର ପ୍ରଚାର କଟକଣା କୋହଳ କରିବା ପରେ ଏବେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ପ୍ରମୁଖ ରାଜନୈତିକ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ୍‌ ନେତା ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି।
ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀ ଅଧୀନ ଭଉଁରିଆବାଡ଼ ପଞ୍ଚାୟତକୁ ଯାଇ ତେରେଲଡିହି, ଆନନ୍ଦପୁର, କାନ୍ଥସିମୁଳିଆ, ବାଲିଆଝର, କୁମାର ଖାଲିଆ ଗ୍ରାମରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀଙ୍କ ପାଇଁ ପଥପ୍ରାନ୍ତ ସଭା ଓ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଖାଣିଥିଲେ। ସମିତିସଭ୍ୟା ପ୍ରାର୍ଥତ୍ନୀ ଶୁଭଲକ୍ଷ୍ମୀ ମାଝି, ସରପଞ୍ଚ ପ୍ରାର୍ଥୀ ସତ୍ୟନାରାୟଣ ସିଂ ଓ ୧୨ନଂ. ଜୋନର ଜିଲା ପରିଷଦ ପ୍ରାର୍ଥତ୍ନୀ ରଞ୍ଜିତା ସିଂଙ୍କ ନିର୍ବାଚନୀ ପ୍ରଚାରରେ ମନ୍ତ୍ରୀ ମାରାଣ୍ଡି ସାମିଲ ହୋଇ ଧୂଆଁଧାର ପ୍ରଚାର କରିଥିଲେ। ଶୁଭଲକ୍ଷ୍ମୀ ପ୍ରଥମଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ମନ୍ତ୍ରୀ ତାଙ୍କର ପାରିବାରିକ ବନ୍ଧୁ। ମନ୍ତ୍ରୀ ପ୍ରଥମେ ଶୁଭଲକ୍ଷ୍ମୀଙ୍କ ବାସଭବନରେ ଚା’ ପିଇ ଉକ୍ତ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରି ଦଳ ସମର୍ଥତ୍ତ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବାକୁ ନିବେଦନ କରିଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ରବୀନ୍ଦ୍ର ନାୟକ, ରତିକାନ୍ତ ମଲ୍ଲିକ, ଗିରିଶ ଚନ୍ଦ୍ର ମାହାନ୍ତି, ଜଳଧର ନାୟକ, ନାରାୟଣ ବେହେରା, ନିରଞ୍ଜନ ବେହେରା ଓ ଗୋପାଳ ଚନ୍ଦ୍ର ମାଝି ପ୍ରମୁଖ ନେତୃତ୍ୱ ନେଇଥିଲେ।