ଭାଜପା ସରକାରର ମନ୍ତ୍ରୀଙ୍କୁ ମିଳିିଲା ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର,୨ା୭(ଅନିଲଦାସ)-ରାଜ୍ୟର ପ୍ରଥମ ଭାଜପା ସରକାରର ବିଭିନ୍ନ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ସଚିବ (ପିଏସ୍‌) ଯୋଗାଇ ଦିଆଯାଇଛି । ୫ ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ଓ ୨ଜଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍‌ଡି ଭାବେ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି । ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍‌ ଅଫିସର ପ୍ରଦୀପ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି । ସେହିପରି ଓଏଏସ୍‌ ଅଫିସର ବିଶ୍ୱରଞ୍ଜନ ରଥଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।  ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍‌ଡି(ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି) ଭାବେ ଓଏଏସ୍‌ ଅଫିସର ମନୋଜ କୁମାର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ଭୁବନେଶ୍ୱର ଉପ ଜିଲାପାଳ ମହେନ୍ଦ୍ର ପଣ୍ଡାଙ୍କୁ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ପ୍ରାଇଭେଟ ସେକ୍ରେଟାରି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା, ଏସ୍‌ଟି, ଏସ୍‌ସି ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପିଏସ୍‌ ଭାବେ ତ୍ରିନାଥ ମାଝିଙ୍କୁ ନିଯୁକ୍ତି ଦିଆଯାଇଛି। ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍‌ ଅଫିସର ସମ୍ବିତ କୁମାର ଗଡ଼ନାୟକଙ୍କୁ ନିଯୁକ୍ତି ମିଳିଛି। ସେହିପରି ମତ୍ସ୍ୟ ଓ ପଶୁସମ୍ପଦ, ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଓଏସ୍‌ଡି ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି।  ଉଚ୍ଚଶିକ୍ଷା, କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଓଏସ୍‌ଡି ଭାବେ ସମ୍ପଦ କୁମାର ଦଳାଇଙ୍କୁ ନିଯୁକ୍ତି ଦିଆଯାଇଛି।