ଭୁବନେଶ୍ୱର,୧୧।୪(ବ୍ୟୁରୋ): ବଲାଙ୍ଗୀର ପାଟଣାଗଡ଼ ବାପୁଜୀ ବାଳିକା ହାଇସ୍କୁଲରେ କିଛି ଛାତ୍ରୀଙ୍କୁ ଶିକ୍ଷକ ବସଉଠ କରାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୋମବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ, ପ୍ରାର୍ଥନା କ୍ଲାସରେ ବିଳମ୍ବ ହେବାରୁ ବିଦ୍ୟାଳୟର ଶିକ୍ଷକ କିଛି ଛାତ୍ରୀଙ୍କୁ ବସଉଠ କରାଇଥିଲେ। ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଛାତ୍ରୀମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ଘଟଣାର ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।