ଅଧିକାରୀଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ମନ୍ତ୍ରୀ: ସମସ୍ତେ ଥରହର

ମୋରଡ଼ା,୬ା୭(ସ୍ମାରକ ମାଜୀ):ମୋରଡ଼ା ବିଧାୟକ ତଥା ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶୁକ୍ରବାର ମୋରଡା ବ୍ଲକ ଗସ୍ତରେ ଆସିଥିଲେ। ପ୍ରଥମେ ସେ ମୋରଡ଼ା ବଜାରରେ ପହଞ୍ଚତ୍ବା ପରେ ଭାଜପା କର୍ମୀମାନେ ଫୁଲମାଳ ଓ଼ ଫୁଲତୋଡ଼ା ଦେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ମନ୍ତ୍ରୀ ଧାନଶୋଳସ୍ଥିତ ଅଭିରାମ ମଠକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର କନଫରେନ୍ସ ହଲରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚତ୍ବା ପରେ ବ୍ଲକ ପ୍ରଶାସନ, କର୍ମୀଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଅଣାକର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ମହାପାତ୍ରଙ୍କ ସହିତ ବ୍ଲକ ଅଧକ୍ଷ ପୀଥନାଥ ସୋରେନ, ମୋରଡ଼ା ତହସିଲଦାର ଉତ୍ତମ ଜେନା, ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ନାଏକ, ଉପାଧକ୍ଷା ଜେମାମଣି ମହାନ୍ତ, ଜିଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ସଭ୍ୟ ଅଭିରାମ ଭୋଇ, ସିଡିପିଓ଼ ବିଟୁ ଟୁଡୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସମସ୍ତ ବିଭାଗୀୟ ଅଧିକାରୀ ଓ଼ କର୍ମଚାରୀ ଉପସ୍ଥିତ ଥିଲେ l
ସରକାର ଲୋକଙ୍କ ସରକାର, ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ କହିଥିଲେ ମନ୍ତ୍ରୀ ମହାପାତ୍ର। ଲୋକଙ୍କ ସମସ୍ୟା ଶୁଣି ଯଥାଶୀଘ୍ର ସମାଧନ କରିବାକୁ ପଞ୍ଚାୟତ ତଥା ବ୍ଲକସ୍ତରୀୟ ପ୍ରତିନିଧିଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଠିକ୍‌ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚତ୍ ପାରିବ ସେ ନେଇ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ପାଣି ସମସ୍ୟା, ଆବାସ ଗୃହ ସମ୍ପର୍କ ଅଧିକ ସମୀକ୍ଷା କରିଥିଲେ ମନ୍ତ୍ରୀ। ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ବର୍ତ୍ତମାନ ମୋରଡା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ସମ୍ପୂଣ୍ଣର୍ର୍ ଓ଼ ଅସମ୍ପୂଣ୍ଣର୍ର୍ କାର୍ଯ୍ୟ ବାବଦରେ ବିବରଣୀ ପ୍ରଦାନ କରିଥିଲେ।

Share