ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲାଯିବ ନିଷ୍ପତ୍ତି ହୋଇନି। ଜଣେ ଏଏସ୍ଆଇ ଅଧିକାରୀ ଏ ସମ୍ପର୍କରେ କହି ଭ୍ରାନ୍ତି ସୃଷ୍ଟି କରିଛନ୍ତି ବୋଲି ସେ ତାଙ୍କ ବିବୃତ୍ତିରେ କହିଛନ୍ତି।
ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଅଧିକାରୀ ଜଣଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂପୃକ୍ତ ଏସ୍ଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କେବେ ରତ୍ନଭଣ୍ଡାର ଖୋଲାଯିବ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ବନ୍ଧିତ କୌଣସି ପ୍ରସ୍ତାବ ଆଜି ରାଜ୍ଯ ସରକାରଙ୍କ ହସ୍ତଗତ ହୋଇନାହିଁ। ଭବିଷ୍ୟତରେ ଯଦି ଏଭଳି କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୁଏ, ତା’ହେଲେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। pic.twitter.com/83jYp70Qty
— I & PR Department, Odisha (@IPR_Odisha) June 19, 2024