ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଶହୀଦଙ୍କୁ ମନେ ପକାଇଲେ ମନ୍ତ୍ରୀ

କେନ୍ଦୁଝର,୧୫।୮(ବ୍ୟୁରୋ): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଜିଲାସ୍ତରୀୟ
୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ଶହୀଦଙ୍କୁ ମନେ ପକାଇ ଥିଲେ। ଏହା ସହ ଜିଲା ଓ ରାଜ୍ୟରେ ଉନ୍ନୟନମୂଳକ ଯୋଜନାର ସଫଳତା ବିଷୟରେ ଉଦ୍‌ବୋଧନ ଦେଇଥିଲେ। ଏଥିରେ ଜିଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ହେଲେ ପୂର୍ବ ବର୍ଷ ଭଳି କଟକଣା ଯୋଗୁ ସାମୂହିକ ପରେଡ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନ ଥିଲା।

Share