ସଂଗ୍ରାମୀଙ୍କୁ ମନେ ପକାଇଲେ ମନ୍ତ୍ରୀ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ପାଳିତ ହୋଇଛି। ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ସ୍ବାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲାର ଅବଦାନ ବିଷୟରେ ମନେପକାଇ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇଥିଲେ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। କରୋନା କଟକଣା ଯୋଗୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଛାତ୍ରୀଛାତ୍ରଙ୍କ ପରେଡ ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ୍‌ ଦିଆଯାଇଥିଲା।

Share