‘ମୋ ବସ୍‌’ର ନାଁ ବଦଳାଇବାର କାରଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୩।୭: ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ୍‌’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଏହି ସମୟରେ ସେ କହିଛନ୍ତି,ମୋ ବସ ନାଁ ବଦଳି ଆମ ବସ୍‌ ହେଲେ ଭଲ ହେବ। ତେବେ ମୋ ବସ୍‌ ନାଁ କାହିଁକି ବଦଳାଯିବ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ମୋ ଶବ୍ଦ ହେଉଛି ଅହଙ୍କାରର ଶବ୍ଦ। ମୁଁ ଶବ୍ଦ ନ ହୋଇକି ଆମ ଶବ୍ଦ ହେଲେ ଭଲ। ବସ୍‌ ସମସ୍ତଙ୍କର। ଏଇଟା ଆମ ସରକାର। ଆମେ ସବୁ ମିଶିଲେ ତ ପରିବର୍ତ୍ତନ କରିବା। ଜନସାଧାରଣଙ୍କ ପାଇଁ ଯାହା ଭଲ ହେବ ଆମେ ସେଇଟା କରିବୁ।

ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଆଉ ୪ ଶହ ବସ ଆସୁଛି। ଖୁବ୍‌ଶୀଘ୍ର ପହଞ୍ଚିବ। ଭୁବନେଶ୍ୱର ଏବଂ କଟକ ପାଇଁ ଶହେ ଲେଖାଏ ବସ୍‌ ରହିବ। ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯିବ।