Categories: ଜାତୀୟ

ମନ୍ତ୍ରୀ ଟୁଇଟ୍‌ କରି ପରେ କାଟିଦେଲେ

ନୂଆଦିଲ୍ଲୀ,୧୯ା୯: ମହିଳା ସଂରକ୍ଷଣ ବିଲ୍‌ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ‘ଏକ୍ସ’ରେ ସୂଚନା ଦେଇ ପରେ ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ମହିଳା ସ୍ଥାନ ସଂରକ୍ଷଣ ଦାବି ପୂରଣ କରିବାର ନୈତିକ ସାହସ କେବଳ ମୋଦି ସରକାରଙ୍କର ରହିଥିବା କ୍ୟାବିନେଟ୍‌ ଅନୁମୋଦନରୁ ପ୍ରମାଣିତ ହୋଇଛି ବୋଲି ପଟେଲ ତାଙ୍କ ପୋଷ୍ଟରେ ଲେଖିବା ସହ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ଘଣ୍ଟାଏ ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଦେଇଥିବାରୁ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏଥିସହ ସଂସଦର ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ନେଇ ସୃଷ୍ଟି ହୋଇଥିବା ସନ୍ଦେହକୁ ଏହା ଆହୁରି ବଢ଼ାଇଦେଇଛି।

Share