ନବୀନ ନିବାସରେ ବାଦ୍‌ ପଡ଼ିଥିବା ମନ୍ତ୍ରୀ

ଭୁବନେଶ୍ୱର,୬ା୬(ବ୍ୟୁରୋ): ନବୀନ ସରକାର ରବିବାର ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି। ତେବେ ଏହି ମନ୍ତ୍ରିମଣ୍ଡଳରୁ ୧୦ ମନ୍ତ୍ରୀ ବାଦ୍‌ ପଡ଼ିଛନ୍ତି। ବାଦ୍‌ ପଡ଼ିଥିବା ଏହି ମନ୍ତ୍ରୀମାନେ ଆଜି ନବୀନ ନିବାସରେ ପହଞ୍ଚିଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ ବୋଲି କୁହାଯାଉଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ, ସୁଦାମ ମାରାଣ୍ଡି ପ୍ରମୁଖ ନବୀନ ନିବାସରେ ପହଞ୍ଚିଛନ୍ତି।

ଦଳର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ବୈଠକ ଡକାଯାଇଥିବା କୁହାଯାଉଛି। ବାଦ୍‌ ମନ୍ତ୍ରୀମାନଙ୍କୁ ଅନ୍ୟ କୌଣସି ଗୁରୁଦାୟିତ୍ୱ ଦିଆଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Share